Big decision Of chief minister of odisha

0

ଓଡିଶା ସରକାରଙ୍କ ବଡ଼ ନିଷ୍ପତି 

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଜ୍ୟର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଯେଉଁ ସରକାରୀ ଜମିଗୁଡ଼ିକ ବେଆଇନ ଦଖଲରେ ଅଛି ସେଗୁଡ଼ିକୁ ବେଦଖଲ କରାଯିବ। ଏହାପରେ ଉକ୍ତ ଅଞ୍ଚଳକୁ ବାଡ଼ ବସାଇ ଏହା ସରକାରୀ ସମ୍ପତ୍ତି ବୋଲି ସାଇନବୋର୍ଡ ଲଗାଯିବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମିଗୁଡ଼ିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୁଏ। ଜବରଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି। ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ। ଗତ ସପ୍ତାହରେ ରାଜସ୍ବ ବିଭାଗ ଏହି ମର୍ମରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଥିବା ବେଳେ ଆଜି ପୁଣି ମୁଖ୍ୟମନ୍ତ୍ରୀ ନିଜେ ନିର୍ଦ୍ଦେଶ ଦେବା ସଂକେତ ଦେଉଛି ଯେ ସରକାରୀ ଜମିକୁ ଜବରଦଖଲମୁକ୍ତ କରିବାକୁ ରାଜ୍ୟ ସରକାର କିଛି ବଡ଼ ଯୋଜନା କରିଛନ୍ତି।

ଅପରପକ୍ଷେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଗତ ସରକାରରେ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ଥିବାବେଳେ ସରକାରୀ ଜମି ଜବରଦଖଲ ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ କରିଥିଲେ। ତାଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ତତ୍କାଳୀନ ରାଜସ୍ବ ମନ୍ତ୍ରୀ ଗୃହରେ ସୂଚନା ଦେଇଥିଲେ ଯେ ରାଜ୍ୟରେ ୫,୬୨,୪୦୦ଜଣ ୧୬୭୨୮ଏକର ସରକାରୀ ଜମି ଜବରଦଖଲ କରିଛନ୍ତି। ସେତେବେଳେ ଶ୍ରୀ ମାଝୀ ପ୍ରଶ୍ନ କରିଥିଲେ ଯେ ଯଦି ଏତେ ଜମି ବେଆଇନ ଭାବେ ଦଖଲ ହୋଇଛି ତେବେ ଏହାକୁ ଜବରଦଖଲ ମୁକ୍ତ କରିବାକୁ କ’ଣ ପଦଷକ୍ଷପ ନିଆଯାଇଛି। ଏହାକୁ ଜବରଦଖଲମୁକ୍ତ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କୁହାଯାଉଥିଲେ ହେଁ ବାସ୍ତବରେ ସେପରି କିଛି ହୋଇନଥିବା ଜାଣିବାକୁ ମିଳିଛି। ଏବେ ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଏନେଇ ପଦକ୍ଷେପ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here