Electrician dies due to electrocution

0

ବିଦ୍ୟୁତ୍ କାର୍ଯ୍ୟ କରୁଥିବା ଠିକା କର୍ମଚାରିଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ 

 

ଆସିକା ( ବିପ୍ଲବୀ ପରିକ୍ରମା ):- ଘରୋଇ କମ୍ପାନୀ ପକ୍ଷରୁ ଧରାକୋଟ ବ୍ଲକ ଢ଼ଉଗାଁ ପଞ୍ଚାୟତ ହାତିଖାଲ ସାହିରେ LT ଲାଇନ୍ ରେ କାର୍ଯ୍ୟ କରୁଥିବା ବେଳେ ଠିକା କର୍ମଚାରୀ ଗୁରୁତର ଆହତ ହୋଇ ଆସିକା ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ I ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର I LT ଲାଇନ୍ ରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀ ଗୌରହରି ବେହେରା ଉପରେ ଚଢ଼ି କାର୍ଯ୍ୟ କରୁଥିବା ବେଳେ ଲାଇନ୍ ମ୍ୟାନ ତଳେ ରହି ଏଭଳି କାର୍ଯ୍ୟଦେଶ ଦେଲେ କମିତି। ଅନଭିଜ୍ଞ ଠିକା କର୍ମଚାରୀକୁ ଏଭଳି ବିପଦ ସଙ୍କୁଳ କାର୍ଯ୍ୟରେ ନିୟୋଜିତ କେମିତି କରାଗଲା ସେ ନେଇ ଉଠିଛି ପ୍ରଶ୍ନ I

କମ୍ପାନୀ ପକ୍ଷରୁ ମୃତାହତ ପରିବାର ବର୍ଗକୁ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଥିଲା l କମ୍ପାନୀ ପକ୍ଷରୁ ଶୁଦ୍ଧିକାର୍ଯ୍ୟ ପାଇଁ ଏକ ଲକ୍ଷ ଟଙ୍କା ଦେବାକୁ ସ୍ଥିର କରିଛି l ପରିବାରର ଜଣଙ୍କୁ ନିଯୁକ୍ତି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here