ଆମ ଆଦମି ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଦିଲ୍ଲୀ ମଦ ଘୋଟାଲା ମାମଲାରେ ଜେଲ୍‌ରେ ସଜା କାଟୁଥିବା ମନୀଷ ସିସୋଦିଆଙ୍କୁ ପୁଣି ଥରେ କୋର୍ଟ ପକ୍ଷରୁ ଜୋରଦାର ଝଟକା ଲାଗିଛି । ସୁପ୍ରିମକୋର୍ଟ ତାଙ୍କ ଜମାନତ ଆବେଦନ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟର ଦୁଇ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ପୀଠ ସିବିଆଇ ଓ ଇଡି ଜରିଆରେ ସିସୋଦିଆଙ୍କ ବିରୁଦ୍ଧରେ ଯାଞ୍ଚ କରାଯାଉଥିବା ମାମଲାରେ ନିଷ୍ପତ୍ତି ଶୁଣାଇଛନ୍ତି ।ଏଠାରେ ସୂଚାଇ ଦିଆଯାଇପାରେ କି ସୁପ୍ରିମକୋର୍ଟ ଏହା ପୂର୍ବରୁ ଦିଲ୍ଲୀ ଏକ୍ସସାଇଜ୍ ପଲିସି ଓ ମନୀଷ ସିସୋଦିଆଙ୍କ ବିରୁଦ୍ଧରେ ଦାୟର ଯାଚିକାକୁ ନେଇ ସିବିଆଇ ଓ ଇଡିକୁ ବହୁ ପ୍ରଶ୍ନ ପଚାରିଥିଲେ । କୋର୍ଟ ଏହା ମଧ୍ୟ କହିଥିଲେ କି କାହାକୁ ସାରା ଜୀବନ ତ ଜେଲ୍‌ରେ ରଖାଯାଇ ପାରିବ ନାହିଁ । ତେବେ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ କରିବା ସମୟରେ କୋର୍ଟ କହିଛନ୍ତି ଏବେ ଟ୍ରାଏଲ୍ ଆରମ୍ଭ ହେବାକୁ ଦିଅନ୍ତୁ । ଏହାର ୩ ମାସ ପରେ ନୂଆ ଆବେଦନ ଦାଖଲ କରାଯାଇପାରିବ । ଏଠାରେ ସୂଚାଇ ଦିଆଯାଇପାରେ କି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ ମଦ ଘୋଟାଲା ମାମଲାରେ ଗତ ଫେବୃୟାରୀରୁ ଜେଲ୍‌ରେ ରହି ଆସୁଛନ୍ତି । ସୁପ୍ରିମକୋର୍ଟ ଏହାପୂର୍ବରୁ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ନିଷ୍ପତ୍ତିକୁ ସଂରକ୍ଷିିତ ରଖିଥିଲେ କିନ୍ତୁ ଆଜି ଏହି ଜାମିନ ଆବେଦନ ଖାରଜ କରି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here