The car caught fire and the two young men escaped

0

ହୁହୁ ହୋଇ ଜଳିଗଲା କାର, ଅଳ୍ପକେ ବର୍ତିଲେ ଦୁଇ ଯୁବକ

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଲାଞ୍ଜିପଲ୍ଲୀ ଓଭର ବ୍ରେଜ଼ ନିକଟରେ ଏକ ଟାଟା ପଂଚ କାରଟି ନିଆଁ ଲାଗି କାରଟିର ସମ୍ମୁଖ ଭାଗ ପ୍ରୟ 70 ଭାଗ ପଡି ଯାଇଛି।ସୂଚନା ପ୍ରକାରେ କାରଟି ହେଉଛି ନବରଙ୍ଗପୁର ଅଞ୍ଚଳର ଜୟଚନ୍ଦ୍ର ବିଶ୍ୱାଳଙ୍କ ଏକ ଭୋଜି କାର୍ଯ୍ୟରେ ଯୋଗ ଦେବାକୁ ସେ ନବରଙ୍ଗପୁର ରୁ ବ୍ରହ୍ମପୁର ଆସିଥିଲେ।ଜୟଚନ୍ଦ୍ର ବିଶ୍ୱାଳଙ୍କ ଦୁଇ ପୁତୁରା କୌଣସି କାର୍ଯ୍ୟରେ ହଳଦିଆ ପଦର ଠାରୁ ବ୍ରହ୍ମପୁର ଆସୁଥିବା ସମୟରେ ଓଭର ବ୍ରିଜ଼ ନିକଟରେ କାର ରୁ ଧୂଆଁ ବାହାରିବାର ଦେଖି କାରରୁ ଓଲ୍ହାଇ ଯାଇ ଥିଲେ। ଦେଖୁ ଦେଖୁ କାରଟି ର ସମ୍ମୁଖ ଭାଗ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଏହି କାରଟି କୁ ଦେଖିବା ପାଇଁ ରାସ୍ତା ଉପରେ ଶହ ଶହ ଲୋକ ରୂଣ୍ଢ ହୋଇଥିଲେ।

LEAVE A REPLY

Please enter your comment!
Please enter your name here