Chief Minister Mohan Majhi attended the initiation ceremony of Sub Inspector of Police (Armed) at Biju Patnaik State Police Academy.

0

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀରେ ପୋଲିସ ସବ୍ ଇନିସ୍ପେକ୍ଟର (ସଶସ୍ତ୍ର) ଙ୍କ ଦୀକ୍ଷାନ୍ତ ସମାରୋହ ଅବସରରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

 

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଆଜି ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ସଶସ୍ତ୍ର ପୋଲିସ ସବ୍‌ ଇନ୍‌ସପେକ୍ଟର ମାନଙ୍କ ପାସିଙ୍ଗ ଆଉଟ୍‌ ପ୍ୟାରେଡରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୋଲିସ ବାହିନୀକୁ ପରାମର୍ଶ ଦେଇଛନ୍ତି । ୧୧୩ ଜଣ ସଶସ୍ତ୍ର ପୋଲିସ ସବ୍‌ ଇନ୍‌ସପେକ୍ଟରଙ୍କ ପ୍ରଷିକ୍ଷଣ ସଂପୂର୍ଣ୍ଣ ହୋଇଛି ଏବଂ ସେମାନେ ଖୁବ ଶୀଘ୍ର କାର୍ଯ୍ୟରେ ଯୋଗ ଦେବେ ।ଏହି ଅବସରରେ ନିଜର ଅଭିଭାଷଣ ରଖି ସେ ସମସ୍ତ ଶିକ୍ଷାନବିଶ ଓ ସମସ୍ତ ପୋଲିସ ଅଧିକାରୀଙ୍କୁ ଦେଶ, ସମାଜ ଏବଂ ସାଧାରଣ ଲୋକମାନଙ୍କୁ ସଚ୍ଚୋଟତା ସହିତ ନିସ୍ଵାର୍ଥପର ସେବା କରିଵାକୁ ଆହ୍ଵାନ ଦେଇଥିଲେ | ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଇନଶୃଙ୍ଖଳା ରକ୍ଷା ଓ ମାଓ ମୁକାବିଲା କ୍ଷେତ୍ରରେ କର୍ତ୍ତବ୍ୟରତ ଶହୀଦ ପୋଲିସ୍ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅଫିସରମାନଙ୍କ ପିତାମାତା ଓ ପରିବାରର ସଦସ୍ୟମାନଙ୍କୁ ତାଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ l

 

ବାମପନ୍ଥୀ ଉଗ୍ରବାଦରେ ଓଡିଶାର ସଫଳତା ବିଷୟରେ ଆଲୋକପାତ କରି ସେ କହିଲେ ଯେ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଓ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଜୀଙ୍କ ଦିଶା ନିର୍ଦ୍ଦେଶରେ ଓ ଭାରତ ସରକାରଙ୍କ ଅକୁଣ୍ଠ ସହଯୋଗରେ ବାମପନ୍ଥୀ ଉଗ୍ରବାଦ ମୁକାବିଲାରେ ଓଡିଶା ପୋଲିସ୍ ସଫଳତାର ସହ ଉତ୍ତମ ପ୍ରଦର୍ଶନ କରି ଆସୁଛି । ମାଓବାଦୀଙ୍କ ବିସ୍ତାର ଏବଂ ପ୍ରଭାବ ହ୍ରାସ ପାଇଛି । କିନ୍ତୁ ତଥାପି ଆହ୍ଵାନ ରହିଛି | ପୋଲିସ ବାହିନୀ ନିଜର କାର୍ଯ୍ୟ ଦକ୍ଷତା ବଳରେ ଏହି ମାଓ ମୁକାବିଲାର ନେତୃତ୍ୱ ନେଇ ଆମ ରାଜ୍ୟକୁ ମାଓମୁକ୍ତ କରିଵେ ବୋଲି ସେ ଦୃଢ ଆଶା ପ୍ରକାଶ କରିଥିଲେ | ମାଓ ମୁକାବିଲା କ୍ଷେତ୍ରରେ ଆମ ସରକାରଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ସେ କହିଥିଲେ।

ନୂତନ ଅପରାଧିକ ଆଇନ ଉପରେ ଆଲୋକପାତ କରି ସେ କହିଲେ ଯେ ଦେଢଶହ ବର୍ଷର ଔପନିବେଶବାଦର ମାନସିକତାକୁ ପ୍ରୋତ୍ସାହନ ଦେଉଥିବା ବ୍ରିଟିଶ ଅମଳର ଅପରାଧିକ ଆଇନକୁ ପରିବର୍ତ୍ତନକରି ମୋଦୀଜୀଙ୍କ ସରକାର ନୂତନ ଭାରତର ନୂତନ ଆଇନ୍, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ପ୍ରଚଳନ କରି ଅପରାଧିକ ଆଇନ୍ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି । ନ୍ୟାୟ ଓ ନାଗରିକକୁ ପ୍ରାଧାନ୍ୟ ଦିଆଯାଇ ଏହି ନୂତନ ଆଇନ୍ ଆଗାମୀ ଦିନରେ ଲୋକଙ୍କୁ ନ୍ୟାୟ ଦେବାରେ ସହାୟକ ହେବ । ପୋଲିସ୍ ଟ୍ରେନିଂ ଆପଣଙ୍କୁ ନୈତିକତା, ଅଖଣ୍ଡତା, ପ୍ରତିବଦ୍ଧତା ଏବଂ ମାନବ ସମାଜ ପ୍ରତି ଦୟା ଓ ସମ୍ବେଦନଶୀଳତାର ଶିକ୍ଷା ପ୍ରଦାନ କରେ। ଏହାସହିତ ଆପଣଙ୍କୁ ଜଣେ କଠିନ ଏବଂ ବୃତ୍ତିଗତ ପୋଲିସ୍ ଅଧିକାରୀ ଭାବରେ ବିକଶିତ କରିବା ମଧ୍ୟ ନିହାତି ଆବଶ୍ୟକ ବୋଲି ସେ ମତ ଦେଇଥିଲେ |

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୋଲିସ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଢ଼ଙ୍ଗୀ ଟ୍ରେନି ଅଫିସର ମାନଙ୍କ ଉଚ୍ଚପ୍ରଶଂସା କରିଥିଲେ। ପୁରୀ ରଥଯାତ୍ରା, ଭଦ୍ରକ ହନୁମାନ ଜୟନ୍ତୀ, ନିର୍ବାଚନ ଦାୟିତ୍ବ ଏବଂ ଆଉ ଅନେକ ସମୟର ପ୍ରାକ୍ଟିକାଲ ଟ୍ରେନିଂ ସମୟରେ ସେମାନେ ଯେଉଁ ନିଷ୍ଠା ଓ ଅନୁଶାସନ ଦେଖାଇଥିଲେ, ଶ୍ରୀ ଷଡଙ୍ଗୀ ତାର ଭୂୟସୀ ପ୍ରଶଂସା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ମହାନିରୀକ୍ଷକ, ତାଲିମ, ଶ୍ରୀମତୀ ସାଇନି ଏସ୍, ଏକାଡେମୀର ପ୍ରଶିକ୍ଷକ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l

LEAVE A REPLY

Please enter your comment!
Please enter your name here