ସଂକୁଳେଇ ପଞ୍ଚାୟତ ଗ୍ରସ୍ଥରେ ମନ୍ତ୍ରୀ ପ୍ରଦୀପ ଅମାତ

0

(ବୌଦ୍ଧ);ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲାକ ଅନ୍ତର୍ଗତ ସଂକୁଲେଇ ପଞ୍ଚାୟତକୁ ଦିନିକିଆଁ ଗ୍ରସ୍ଥରେ ଆସି ବିଭିନ୍ନ ପ୍ରକଳ୍ପର ଶୁଭକାମନା ଉଦଘାଟନ କରିବା ସହିତ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସମ୍ପର୍କ, ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ,ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ୟାଙ୍କ କାର୍ଯ୍ୟାଳୟ ପାଇଁ ନୂତନ କୋଠା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ। ଏହା ପରେ ସେବାସମବାୟ ସମିତି କାର୍ଯ୍ୟାଳୟର ନୂତନ କୋଠା, କାର୍ଯ୍ୟାଳୟ, ଏବଂ ସାପ୍ତାହିକ ହାଟ ଘର ଉଦଘାଟନ କରିଥିଲେ। ଏହା ସହିତ କଲ୍ୟାନିମଣ୍ଡପ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ,ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ହରଭଙ୍ଗା ବିଡ଼ିଓ, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଏବଂ ଯୁବନେତା ପ୍ରଶାନ୍ତ ମହାକୁଡ଼ ଏବଂ ସେବା ସମବାୟ ସମିତି ବିଭାଗର ଏଆରସିଏସ, ସିଆରସିଏସ ଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here