ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଜମ୍ମୁ-କାଶ୍ମୀରରୁ ପୁଣି ଆସିଲା ଦୁଃଖଦ ଖବର । ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଯାଇଛନ୍ତି ୪ ଭାରତୀୟ ଯବାନ । ଗତକାଲି (ସୋମବାର) ସନ୍ଧ୍ୟାରେ ଡୋଡା ଜିଲ୍ଲାର ଡେସା ଜଙ୍ଗଲରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ସେନା ଅଧିକାରୀଙ୍କ ସମେତ ୫ ଜଣ ଯବାନଙ୍କ ଦେହରେ ଗୁଳି ବାଜିବାରୁ ଗୁରୁତର ଆହତ ହୋଇପଡିଥିଲେ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଯାଇଛି ।
ସୂଚନା ମୁତାବକ, ଡେସା ଜଙ୍ଗଲ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବାର ଖବର ପାଇ ଗତକାଲି ସନ୍ଧ୍ୟାରେ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ ଅପେରସନ ଗ୍ରୁପର ଯବାନ ମିଳିତ ସର୍ଚ୍ଚ ଅପରେସନ ଚଳାଇଥିଲେ । ରାତି ପାଖାପାଖି ୭ଟା ୪୫ ବେଳକୁ ଆତଙ୍କବାଦୀଙ୍କ ସହ ସୁରକ୍ଷାବଳର ଏନକାଉଣ୍ଟର ଆରମ୍ଭ ହୋଇଥିଲା । ପ୍ରାୟ ୨୦ ମିନିଟ୍ ଧରି ଏନକାଉଣ୍ଟର ଚାଲିଥିଲା । ଏଥିରେ ଜଣେ ସେନା ଅଧିକାରୀଙ୍କ ସମେତ ୫ ଜଣ ଯବାନ ଗୁରୁତର ହୋଇପଡିଥିଲେ ।