ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ରାଜନୈତିକ ମୋଡ଼

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ASO ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ରାଜଭବନ ସଚିବଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଘଟଣା ସମ୍ନାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ପରେ ଏହା ରାଜନୈତିକ ମୋଡ଼ ନେଇଥିବାବେଳେ ASOଙ୍କୁ ନ୍ୟାୟ ପାଇଁ ବିରୋଧୀ ମଧ୍ୟ ଦାବି କରିଥିଲେ । କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ ଉଦ୍ୟମ ସହ ରାଜ୍ୟପାଳଙ୍କୁ ଟାର୍ଗେଟ କରିଥିଲା କଂଗ୍ରେସ ।

ଆସନ୍ତା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କୁ ବିରୋଧ କରିବ ବୋଲି ମଧ୍ୟ ଧମକ ଦେଇଥିଲେ ବିଧାୟକ ତାରା ବାହିନୀପତି । ଅନ୍ୟପଟେ ଏହି ଘଟଣାକୁ ନେଇ ବିଜେଡି ମଧ୍ୟ ଓଡ଼ିଆ ଅସ୍ମିତା ପ୍ରସଙ୍ଗ କଥା ଉଠାଇଥିଲା । ଅଭିଯୋଗକାରୀଙ୍କ ପତ୍ନୀ ଗଣମାଧ୍ୟମକୁ ଆସି ସ୍ବାମୀଙ୍କ ପାଇଁ ନ୍ୟାୟ ଭିକ୍ଷା କରିଥିଲେ ।ନୂଆ ସରକାରଙ୍କ ନିକଟରେ ଗୁହାରି କରିବା ସହ ତୁରନ୍ତ ନ୍ୟାୟ ଦାବି କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଥିଲେ ASOଙ୍କ ପତ୍ନୀ । ଖବର ପ୍ରଘଟ ହେବା ପରେ ରାଜ୍ୟପାଳ ନିଜେ ଅଭିଯୋଗକାରୀ ଓ ତାଙ୍କ ପତ୍ନୀଙ୍କ ସମେତ ସଚିବାଳୟ ସେବା ସଙ୍ଘର ସଦସ୍ୟଙ୍କୁ ଡାକି ଆଲୋଚନା କରିଥିଲେ। ଏପରିକି ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଭୁଲ ମାଗିଥିଲେ । ୭ ଦିନ ମଧ୍ୟରେ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ପାଇ ରାଜଭବନରୁ ଫେରିଥିଲେ ASO ବୈକୁଣ୍ଠ ପ୍ରଧାନ। ନ୍ୟାୟ ମିଳିବ ବୋଲି ସେ ଆଶାବାଦୀ ଥିବାବେଳେ ‘ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ କରିବି’ ବୋଲି କହିଥିଲେ ।

ହେଲେ ଆଜି ହଠାତ ASOଙ୍କ ବଦଳି ହୋଇଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିଯୋଗକାରୀଙ୍କୁ ନ୍ୟାୟ ମିଳିଛି ନା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ସ୍ପଷ୍ଟ ହୋଇନଥିଲେ ବି ଏହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଏହି ଘଟଣାରେ ଅଭିଯୋଗକାରୀ କିମ୍ବା ଅଭିଯୁକ୍ତଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here