ଭଞ୍ଜନଗର (ବିପ୍ଲବୀ ପରିକ୍ରମା)– ଗଂଜାମ ଜିଲ୍ଲା ଭଂଜନଗର ଓକିଲ ସଂଘ ପକ୍ଷରୁ, ଭଂଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ସୋରଡା ବିଧାୟକ ନୀଳମଣି ବିଷୋୟୀଙ୍କୁ ସମ୍ବର୍ଦ୍ଧନା । ଓକିଲ ସଂଘ ପାଠାଗାର ଭବନ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ, ଦଳମତ ନିର୍ବିଶେଷରେ ସମସ୍ତ ଆଇନଜୀବୀଙ୍କ ପକ୍ଷରୁ ଉଭୟ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓକିଲାତି ରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଭଂଜନଗର ବିଧାୟକ ଶ୍ରୀ ନାୟକ, ଆସନ୍ତା ଦିନରେ ଓକିଲ ସଂଘର ସୁବିଧା ଅସୁବିଧାରେ ସାଥି ହୋଇ ରହିବାକୁ କହିଥିଲେ । ଏହାସହ ଓକିଲ ସଂଘ ଏବଂ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ “ଘୁମୁସର ଜିଲ୍ଲା” ଦାବୀ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି, ହେଉଥିବା ଦାବି ପ୍ରତି ଗୁରୁତ୍ବ ଦିଆଯିବ ବୋଲି ବିଧାୟକ ଶ୍ରୀ ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ ।