ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଭଉଣୀଙ୍କୁ ହତ୍ୟା କରାଯିବା ଅଭିଯୋଗ ଆଣିଛନ୍ତି ଭାଇ ରାଜେଶ କୁମାର ମହାରଣା।ସୂଚନା ଅନୁଯାଇ ଗୋଳନ୍ଥରା ଥାନା ଅନ୍ତର୍ଗତ ଜଗନାଥପୁର ଓଡିଆରପି କଲୋନିର ଲଷ୍ମୀ ମହାରଣା ଗତ ୪ ମାସ ତଳେ ମାର୍ଚ୍ଚ ୧୦ ତାରିଖ ଗୋପାଳପୁର ଥାନା ଅନ୍ତର୍ଗତ ଆରୁଆପଲ୍ଲୀ ଗ୍ରାମର ରାଣୀ ମହାରଣାଙ୍କୁ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ବୈବାହିକ ଜୀବନ କିଛି ଦିନ ଭଲ ଚାଲି ଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ଲାଗି ରହିଥିଲା।ଗତକାଲି ରାଣୀ ମହାରଣା ଆତ୍ମହତ୍ୟା କରିଥିବା ନେଇ ଶଶୁର ଘର ଲୋକେ ଝିଅ ଘରକୁ ଜଣାଇଥିଲେ।
ତୁରନ୍ତ ରାଣୀ ମହାରଣାଙ୍କ ଭାଇ ଶଶୁର ଘରେ ପହଞ୍ଚି ଭଉଣୀର ଶରୀର ଉପରେ ଆଘାତ ହେବାର ଚିହ୍ନ ଦେଖି ଥିଲେ, ଭଉଣୀକୁ ହତ୍ୟା କରାଯାଇଥିବା ନେଇ ଭାଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସ୍ୱାମୀ ଲଷ୍ମୀଙ୍କୁ ଗୋଳନ୍ଥରା ପୋଲିସ ଅଟକ ରଖିଛି।