ପୁରୀ ( ବିପ୍ଲବୀ ପରିକ୍ରମା ):- ଜନ୍ମବେଦିରେ ଲୀଳା ସାରି ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ବାହୁଡ଼ିଛନ୍ତି କାଳିଆ ସାଆନ୍ତ। ଆଜି ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଭକ୍ତଙ୍କ ମେଳରେ ଖରାବର୍ଷାର ଦିବ୍ୟଲୀଳା ଭିତରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଛନ୍ତି। ବଡ଼ଦାଣ୍ଡରେ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଗହଣରେ ପୁଣି ଥରେ ଘର୍ଘର ନାଦ ଦେଇ ଗଡ଼ିଛି ତିନିରଥ। ଘଣ୍ଟ ଘଣ୍ଟାର ନାଦ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ପୁଣିଥରେ ପ୍ରକମ୍ପିତ ହୋଇଛି ଚାରିଦିଗ। ରାତି ହୋଇଯିବାରୁ ଉଚ୍ଚକ୍ଷମତା ସଂପନ୍ନ ଲାଇଟ୍ ଲଗାଇ ବଡ଼ଦାଣ୍ଡକୁ ଆଲୋକିତ କରି ରଥଟଣା ହୋଇଛି। ରାତି ୯ଟା ୧୫ ସୁଦ୍ଧା ତିନିରଥ ଆଜି ସିଂହଦ୍ବାର ଚକଡ଼ାରେ ବିଜେ କରିଛନ୍ତି।