ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ପ୍ରତିଭା ସନମାନ ଉତ୍ସବ 

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ସ୍ଥାନୀୟ ସାବିତ୍ରୀ କଲ୍ୟାଣ ମଣ୍ଡପ, ଆସ୍କା ଠାରେ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ, କେନ୍ଦ୍ରପରିଷଦ ତରଫରୁ ପ୍ରତିଭାସଂମାନ ଉତ୍ସବ ସଭାପତି ସନ୍ତୋଷ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଅତିଥି ଭାବେ ସୋରଡ଼ା ବିଧାୟକ ମାନ୍ୟବର ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଆସ୍କା ବିଧାୟକ ସରୋଜ କୁମାର ପାଢ଼ୀ ଯୋଗଦେଇଥିବାବେଳେ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପରିଷଦ ସଭାପତି ଅଞ୍ଜଳୀ ସ୍ୱାଇଁ ଓ ଆସ୍କା ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ବିନେତା ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭଉଦଘାଟନ କରିଥିଲେ l ଗାୟତ୍ରୀ ପରିବାର ତରଫରୁ ଅତିଥି ମାନଙ୍କୁ ଚିରାଚରିତପ୍ରଥାରେ ମନ୍ତ୍ରପାଠ ସହ ସ୍ୱାଗତ କରାଯାଇଥିଲା l

ଅନ୍ୟ କର୍ମକର୍ତା ମାନଙ୍କ ମଧ୍ୟରେ ସାମନ୍ତ ଦିଲ୍ଲୀପ କୁମାର ରଣସିଂହ,ଉପସଭାପତି ବୃନ୍ଦାବନ ଖଟେଇ, ସମ୍ପାଦକ ନୀଳାଞ୍ଚଳ ପୋଲେଇ, ସଂଗଠନ ସମ୍ପାଦକ ଅନ୍ତର୍ଯ୍ୟାମୀ ସ୍ୱାଇଁ, ମୁଖ୍ୟ ସଂଗଠକ ତଥା ଆବାହକ ସତ୍ୟ ନାରାୟଣ ସ୍ୱାଇଁ, କୋଷାଧ୍ୟକ୍ଷ ବିଭୁତି ଭୂଷଣ ଜେନା, ଉପଦେଷ୍ଟା କାଳିଚରଣ ନାୟକ, ନିମନ୍ତ୍ରିତ ସଭ୍ୟ ଜଗବନ୍ଧୁ ଜେନା, ସରୋଜ କୁମାର ପ୍ରଧାନ ଓ ପ୍ରଫୁଲ୍ଲ କୁମାର ମଲ୍ଲିକ, ନବକୃଷ୍ଣ ବିଷୋୟୀ ଓ ଯୋଗେନ୍ଦ୍ର ନାଥ ପ୍ରଧାନ ମଂଚାସୀନ ହୋଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସହ ମେଧାବୀ ଛାତ୍ରଛାତ୍ରୀଙ୍କ ଆଗାମୀ ଭବିଷ୍ୟତର ଉଜ୍ଜଳ କାମନା କରିଥିଲେ l

ଏହି ଅବସରରେ ସମାଜ ତରଫରୁ ଧାର୍ଯ୍ୟ ମାର୍କ ରଖିଥିବା ମାଟ୍ରିକର 90 ଓ ଯୁକ୍ତଦୁଇ 105 ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପ୍ରଶଂସା ପତ୍ର ଓ ପୁରସ୍କାର ଦେଇ ଉତ୍ସlହିତ କରିଥିଲେ l ମାଟ୍ରିକ ଓ ଯୁକ୍ତଦୁଇର ସର୍ବୋଚ୍ଚ ନମ୍ବର ରଖିଥିବା ଦୁଇଜଣ ଛାତ୍ରଙ୍କୁ ଆବାହକ ସତ୍ୟନାରାୟଣ ସ୍ୱାଇଁ ଟ୍ରଫି ପ୍ରଦାନ କରିଥିଲେ l ଏଥିସହ କଇଣ୍ଡି, ଭଞ୍ଜନଗର ଅଂଚଳର ପୂର୍ବତନ ସଭାପତି ସ୍ୱର୍ଗତ ସୁବାସ ଚନ୍ଦ୍ର ସ୍ୱାଇଁ, ବନ୍ଥପଲ୍ଲୀ ଅଂଚଳର ପୂର୍ବତନ ସଭାପତି ସ୍ବର୍ଗତ ଶ୍ୟାମସୁନ୍ଦର ସ୍ୱାଇଁ ଙ୍କ ସ୍ମୃତିରେ ଏବଂ ଆଦିତ୍ୟ ରଞ୍ଜନ ଜେନା, ଭେଜିପୁଟ ଓ ହରେକୃଷ୍ଣ ବିଷୋୟୀଙ୍କ ଦ୍ୱାରା ପ୍ରଦତ୍ତ ପୁରସ୍କାର ମାଟ୍ରିକ ଓ ଯୁକ୍ତଦୁଇରୁ ସର୍ବୋଚ୍ଚ ଛଅ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା l

ଏହାପରେ ସମାଜର କୃତିସମ୍ପନ୍ନ ପୂଜ୍ୟ ପୂଜା ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁ, ଡ଼. ଦାଶରଥି ଭୂୟାଁ, ଡ. ତିରୁମାଳା ଜେନା, ଡ଼. ସୁକାନ୍ତ ବିଷୋୟୀଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଥିଲା l କାର୍ଯ୍ୟକ୍ରମରେ କଇଣ୍ଡି, ବନ୍ଥପଲ୍ଲୀ, ସୋରଡ଼ା, ଆସିକା, ଖେମୁଣ୍ଡି, ମହୁରୀ, ଆଠଗଡ, ଖଲିକୋଟ, ବେତାରସିଂ ଓ ଧରାକୋଟ ଅଂଚଳରୁ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ, ସମାଜଭlଇ ଓ କର୍ମକର୍ତା ପ୍ରାୟ ପlଞ୍ଚଶହରୁ ଉର୍ଦ୍ଧ ଯୋଗଦେଇଥିଲେl ଶେଷରେ ମୁଖ୍ୟ ସଂଗଠକ ସତ୍ୟ ନାରାୟଣ ସ୍ୱାଇଁ ଭାଗ୍ୟଶାଳୀ ବିଜେତା କାର୍ଯ୍ୟକ୍ରମ ପରିଚାଳନା କରି ପୁରସ୍କାର ସହ ଉଚ୍ହାହିତ କରିଥିଲେ l ଶେଷରେ ଆବାହକ ଶ୍ରୀ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମକୁ ଆସ୍କା ଅଂଚଳ ସହ ସମସ୍ତ ଅଂଚଳ କର୍ମକର୍ତା ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here