ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଆସନ୍ତା ଜୁଲାଇ ୨୦ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ଅପରାହ୍ନରେ ଶଙ୍ଖ ଭବନରେ ବସିବ ବୈଠକ। ସଭାପତି ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଅନୁଷ୍ଠିତ ହେବ । ବୈଠକରେ ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି। ଶୁକ୍ରବାର ସନ୍ଧ୍ୟା ୬ଟାରେ ବିଜେଡି ସାଂସଦଙ୍କ ବୈଠକ ହେବାର ଯୋଜନା ରହିଛି । ଆଗକୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏଥିରେ ଦଳର କ’ଣ ଭୂମିକା ରହିବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବା । ନବୀନଙ୍କ ମାର୍ଗଦର୍ଶନରେ ସାଂସଦମାନେ କାମ କରିବେ। ବିରୋଧୀ ଦଳ ଭାବେ ବିଜେଡିକୁ ଜନାଦେଶ ମିଳିଛି। ବିଜେଡି ସଭାପତି ଆମକୁ ଜନାଦେଶ ଅନୁସାରେ ଓଡ଼ିଶାବାସୀଙ୍କ ସ୍ୱର ହୋଇ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦରଦାମ ବୃଦ୍ଧି, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅର ଆକ୍ରମଣ ଘଟଣା ସାଙ୍ଗକୁ ଅନେକ ପ୍ରସଙ୍ଗ ରହିଛି। ସେସବୁକୁ ନେଇ ବିଜେଡି ଶାସକ ଦଳକୁ ବିଧାନସଭାରେ ଘେରିପାରେ। ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ ହେବ l