ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- :ଗଜପତି ଜିଲ୍ଲାର ସମସ୍ତ ସାତୋଟି ବ୍ଳକ ଅର୍ଥାତ୍ ଲୋକସଂଖ୍ୟାର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି , କିଏ ଅର୍ଥକାରୀ ଫସଲ ଧାନ ତ ଆଉ କିଏ ଫଳ ପରିବା ଚାଷ ଉପରେ ନିର୍ଭର କରନ୍ତି, ମୋଟ ୮୪୮୦୩ ହେକ୍ଟର ଚାଷଜମି ମଧ୍ୟରୁ ୮୨ .୧୨୫ ହେକ୍ଟର ଚାଷଜମିରେ ଖରିଫ ଫସଲ ଉପଯୋଗି ରହିଛି, ସେଥି ମଧ୍ୟରୁ ୩୫୧୨୧ ହେକ୍ଟର ଚାଷଜମି ଜଳିସେଚନର ସୁବିଧା ରହିଛି। ଜିଲ୍ଲାର ଭାତ ହାଣ୍ଡି କୁହାଯାଉଥିବା ଗୋଷାଣି ବ୍ଳକରେ ସର୍ବାଧିକ ପରିମାଣରେ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି, ଏବଂ ସେହି ବ୍ଳକରେ ହିଁ ଅଧିକ ଜଳସେଚିତ ଜମି ରହିଛି, ଅନ୍ୟ ସବୁ ବ୍ଳକରେ ମୁଖ୍ୟତଃ ସମତଳ ଅଞ୍ଚଳକୁ ଛାଡି ଦେଲେ ଧାନଚାଷ ଉପଯୋଗି ନଥିବାରୁ କେବଳ ଗୋଷାଣୀ ଓ କାଶୀନଗର ବ୍ଳକ ଅଞ୍ଚଳରେ ୨୧୪୭୧ ହେକ୍ଟର ଜମିରେ ଧାନଚାଷ କରାଯାଏ, ଯାହାକି ଜିଲ୍ଲାରେ ଧାନ ଫସଲ ଉପଯୋଗି ରହିଥିବା ମୋଟ ଜଳସେଚିତ ଚାଷଜମିର ୫୦ ପ୍ରତିଶତରୁ ଅଧିକ ।
ଚଳିତ ବର୍ଷ ଖରିଫ ରୁତୁ ପୁର୍ବରୁ ଚାଷ ପାଇଁ ପାଗ ଅନୁକୂଳ ସାଙ୍ଗକୁ ବର୍ଷାର ପରିମାଣ ଆପତତଃ କମ ହୋଇଥିଲେ ମଧ୍ୟ ଚାଷୀ ନିଜ ନିଜ ଖର୍ଚ୍ଚରେ ପାଣି ଯୋଗାଡିବା ସହ ଆଗକୁ ଠିକ୍ ପରିମାଣରେ ବର୍ଷା ହେବ ସହ ଚଳିତ ବର୍ଷ ଧାନ ଫସଲ ଭଲ ହେବ ବୋଲି ଆଶା ରଖିଛି ଚାଷୀ କୁଳ । ସରକାରି ତଥ୍ୟ ଅନୁସାରେ ଜିଲ୍ଲାରେ ମୋଟାମୋଟି ଭାବରେ ଜୁଲାଇ ମାସରେ ସାଧାରଣରେ ୨୩୦.୬ ମିଲିମିଟର ବର୍ଷାର ଆବଶ୍ୟକ ରହିଥିବା ବୈଳେ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ୯୩.୭୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି କିନ୍ତୁ ଚାଷୀ ଆଶା ବାନ୍ଧିଛନ୍ତି ଯେ ଆଗକୁ ଅନୁକୂଳ ପାଣିପାଗ ସାଙ୍ଗକୁ ମୈଷୁମି ଓ ଲଘୁଚାପ ଜନିତ ବର୍ଷା ମଧ୍ୟ ଜାରି ରହିବ ତେଣୁ ଜଳାଭାବ ରହିବ ନାହିଁ ବୋଲି ଆଶାକରାଯାଉଛି। ବର୍ଷାର ପରିମାଣ ଆବଶ୍ୟକ ପରିମାଣର ଠାରୁ କମ୍ ରହିଥିଲେ ମଧ୍ୟ ଚଳିତ ମାସରେ ବଢିବାର ସମ୍ଭାବନା ରହିଛି।
ଅନ୍ୟ ପକ୍ଷରେ ଜିଲ୍ଲାର ସମସ୍ତ ସାତୋଟି ବ୍ଳକରେ ୪୭ ଲେମ୍ପ ଓ ୩୭ଟି ଘରୋଇ ଡିଲର ଜରିଆରେ ୫୫୦୦ କୁଇଣ୍ଟାଲ ବିହନ ବିକ୍ରି ହୋଇଛି ଏବଂ ଏବେବି ଆବଶ୍ୟକ ପରିମାଣର ବିହନ ଉପଲବ୍ଧ ରହିଛି ତେଣୁ ଚାଷ କାର୍ଯ୍ୟରେ କୈାଣସି ସମସ୍ୟା ଉପଯିବ ନାହିଁ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବଳରାମ ସୁବୁଦ୍ଧି ।
ସମୟ ଅନୁସାରେ ମୈଷୁମି ଆସୀଥିଲେ ମଧ୍ୟ ବର୍ଷାର ପରିମାଣ କମ ରହିଥିଲା ଏବେ ଗୋଟିଏରୂ ଦୁଇ ସପ୍ତାହ ହେଲା ବର୍ଷାର ପରିମାଣ ସାମାନ୍ୟ ବୃଦ୍ଧି ଯୋଗୁଁ ଚାଷୀ ସାହାସ ଜୁଟାଇ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି, ବର୍ତ୍ତମାନ ଅଧିକାଂଶ ବିହନପକା ସରିଛି ବର୍ତ୍ତମାନ ତଳି ଠିକ୍ ରହିଛି ଆଗକୁ ଆବଶ୍ୟକ ପରିମାଣର ବର୍ଷା ହେଲେ ଚଳିତ ବର୍ଷ ଭଲ ଫସଲ ହେବ ବୋଲି ଆଶା ରଖିଥିବା ବେଳେ କୈାଣସି ପ୍ରାକୃତିକ ବିପର୍ଯ୍ୟୟ ନ ଆସୁ ବୋଲି ପ୍ରକୃତି ଉପରେ ଭରସା ରଖି ଚାଷ କାର୍ଯ୍ୟରେ ଲାଗି ପଡିଛନ୍ତି।
ଏସମ୍ପର୍କରେ ଚାଷୀ ନେତାଙ୍କ କହିବା ହେଲା ପୁର୍ବ ଭଳି ଆଉ ଚାଷ କାର୍ଯ୍ୟରେ ମନ ବଳାଉନାହାନ୍ତି ଚାଷୀ ଅନ୍ୟ କୌଣସି କାର୍ଯ୍ୟ ନପାଇ ପେଟ ପୋଷିବା ସହ ଵେହୁଷା ବଞ୍ଚାଇବାକୁ ବାଧ୍ୟ ହୋଇ ଚାଷ କାର୍ଯ୍ୟ କରୁଛୁ । ଚାଷ ଜମି ମଧ୍ୟ କମି କମି ଆସିଲାଣି ଧାନ ଫସଲ ଉପଯୋଗି ସହର ତଳି ସମତଳ ଜମି ସବୁ କୋଠା ହେଲାଣି, ପ୍ରଶାସନ କହିବା ପ୍ରକାରେ ଆବଶ୍ୟକ ପରିମାଣର ବିହନ ଉପଲବ୍ଧ ରହିଛି କିନ୍ତୁ ବିହନର ମାନ ଭଲ ନାହିଁ ଆବଶ୍ୟକ କିସମର ବିହନ ମିଳୁନି ତେଣୁ ଅଧିକାଂଶ ଚାଷୀ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ରୁ ବିହନ ଚଢା ଦରରେ କିଣୁଛନ୍ତି। ବର୍ଷା ଆବଶ୍ୟକ ଠାରୁ କମ ହୋଇଛି ଆଗକୁ ନିଅଣ୍ଟିଆ ବର୍ଷା ହେଲେ ପୁର୍ବଭଳି ମରୁଡି ପରିସ୍ଥିତି ଉପୁଜିବା ଆଶଙ୍କା,କାରଣ ନଦୀ ଜଳ ଉପରେ ଆଉ ଭରସା କରି ହେଉନି ପୁର୍ବ ଭଳି ନଦୀରେ ମଧ୍ୟ ଜଳ ରହୁନି ମହେନ୍ଦ୍ରତନୟା ଓ ବଂଶଧାରାର ପାଣି ଆନ୍ଧ୍ର ଶୋଷି ନେଉଛି ଆମ ଜିଲ୍ଲା ମଧ୍ୟରେ ନଦୀ ସଂଗ୍ରହ କରି ରଖିବାକୁ କୈାଣସି ଆନିକଟର ବ୍ୟବସ୍ଥା ଏବେ ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ ବୋଲି କହିଛନ୍ତି ଜିଲ୍ଲା କୃଷକ ସଂଘର ସଭାପତି ସୁର୍ଯ୍ୟ ନାରାୟଣ ପଟ୍ଟନାୟକ।