ଘର ଡିହ ପ୍ରଦାନ ଦାବିରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ 

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଗୁମ୍ମା ବ୍ଲକ ର ଶତାଧିକ ଜନସାଧାରଣ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଘର ଡିହ ପ୍ରଦାନରେ ବିଳମ୍ୱ ସହ ବିଫଳତା କାରଣରୁ ଗଜପତି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି । ବର୍ତମାନର ରାଜ୍ୟ ସରକାର ଜବରଦଖଲ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଭଳି ପଦକ୍ଷେପ କୁ ଆମେ ସ୍ବାଗତ କରୁଛୁ କିନ୍ତୁ ଜବରଦଖଲ ଉଚ୍ଛେଦ ପରେ ହିତାଧିକାରୀମାନଙ୍କ ତଦନ୍ତ କରି ଯେଉଁ ମାନେ ଘର ଡିହ ପାଇବାର ହକଦାର ତାଙ୍କୁ ପ୍ରଦାନ କରାଯାଉ।

ଘରଡିହ , ଲିଜ୍ ଦରଖାସ୍ତଗୁଡିକ ଦାଖଲ କରିଥିବା ହଜାର ହଜାର ଘରହୀନ, ଟିଣ, ଘରମାନଙ୍କରେ ବସବାସ କରୁଥୁବା, ଜିଲ୍ଲାରେ ଘଟିଥିବା ଅନେକ ବର୍ଷା ତୋଫାନ ମାନଙ୍କରେ ଘରଦ୍ବାର ହରାଇ ନାନା ଅସୁବିଧାରେ ସମ୍ମୁଖୀନ ହୋଇଆସୁଥିବା ଆଦିବାସୀ, ହରିଜନ ଓ ଅନ୍ୟାନ୍ୟ ସଂପ୍ରଦାୟ, ଜାତିର ଜନସାଧାରଣଙ୍କୁ ପ୍ରାୟ ୧ ବର୍ଷରୁ ଉର୍ଦ୍ଧହେଲା। ସମସ୍ତ ଦାବୀପତ୍ର, ଜିଲ୍ଲାପାଳ, ଏ.ଡି.ଏମ ସବ୍-କଲେକ୍ଟରଙ୍କ ଜରିଆରେ ପ୍ରେରଣ କରାଯାଇଥିଲେ ସୁଦ୍ଧା ତଳ ସ୍ତରରେ ତହସିଲଦାର, ରାଜସ୍ବ ବିଭାଗର କର୍ମଚାରୀ ମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରିଣତରହିବାରୁ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଦାବି ଗୁଡ଼ିକୁ ପୂରଣ ନ ହୁଏ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଓ ଆଗାମୀ ଦିନରେ ଯେଉଁଠି ସରକାରଙ୍କ ର ଖାଲି ଯାଗା ରହିଛି ତାକୁ ଦଖଲ କରିବୁ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନ କାରି ।

LEAVE A REPLY

Please enter your comment!
Please enter your name here