ଗୋପାଳପୁର ( ବିପ୍ଲବୀ ପରିକ୍ରମା ):- ଗୋପାଳପୁରରେ ୪ ଦିନ ବ୍ୟାପୀ ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଆଜି ଗୋପାଳପୁର ବ୍ରହ୍ମପୁର ମୁଖ୍ୟ ରାସ୍ତାର ଧର୍ମପୁର ଛକ ନିକଟରେ ଏକ ବିରାଟ ପୁରୁଣା ବରଗଛ ମୁଳରୁ ଭାଙ୍ଗି ପଡିଥିବା ବେଳେ ଉକ୍ତ ରାସ୍ତାକୁ ବ୍ରହ୍ମପୁର ଅଗ୍ନିସମ ବିଭାଗ ଏବଂ ଏନଏସି ର ମିଳିତଭାବେ ରାସ୍ତାରୁ ଗଛକୁ ହଟାଯାଇଥିଲା,ପରେ ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ ରାସ୍ତାଟି ପ୍ରାୟ ଦୁଇ ଘଣ୍ଟାରୁ ଉର୍ଦ୍ଧ ସମ୍ପୁର୍ଣ୍ଣ ଚଳାଚଳ ବନ୍ଦ ହୋଇଯାଇଥିଲା ଫଳରେ ବହୁ ଲୋକ ବର୍ଷାରେ ଓଦା ହୋଇ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା l ସୌଭାଗ୍ୟବଶତଃ ଏଥିରେ କୌଣସି ଧନ ଜିବନ ନଷ୍ଟ ହୋଇନଥିବା ଜଣା ପଡିଛି।