(ମୟୂରଭଞ୍ଜ); କ୍ଲିନ୍ ଶିମିଳିପାଳ ଅଭିଯାନରେ ଶିମିଳିପାଳ ଅଭୟାରଣ୍ୟ କୁ ବନ୍ଧୁକ ଓ ଶିକାରୀ ମୁକ୍ତ କରିବାକୁ ଅଭୟାରଣ୍ୟ ସୁରକ୍ଷା ଦାୟିତ୍ବରେ ଥିବା ମୟୁରଭଞ୍ଜ ପୁଲିସ ଓ ବନ ବିଭାଗର ମିଳିତ ସ୍ବତନ୍ତ୍ର ଦଳ କୁ ପୁଣି ଥରେ ସଫଳତା ମିଳିଛି। ଏଥର ସ୍କ୍ୱାର୍ଡ ହାତରେ ଲାଗିଛି ୭୦ ଟି ଦେଶୀ ବେଆଇନ ବନ୍ଧୁକ ସହିତ ଗୋଟିଏ ଛୋଟ ବନ୍ଧୁକ ଓ ଏକ ଯୋଡା ହରିଣ ସିଙ୍ଗ। ଶିମିଳିପାଳ ଜଙ୍ଗଲ ପାଦଦେଶରେ ଥିବା ୧୪ ଟି ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢାଉ କରି ଏହି ବନ୍ଧୁକ ଜବତ କରିଥିବା ସୂଚନା ଦେଇଛନ୍ତି ଏସପି ବି ଗଙ୍ଗାଧର । ଶିମିଳିପାଳ ୧୪ଟି ଥାନାରେ ଏନେଇ ୨୫ ଭାରତୀୟ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଅନୁଯାୟୀ ମୋଟ ୮୦ଟି ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବାର ଏସ୍ ପି ବି ଗଙ୍ଗାଧର ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ଖୁବ୍ ଶିଘ୍ର ମାମଲାରେ ଜଡିତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦିଆଯାଇଛି।ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୩୬ ଟି ବନ୍ଧୁକ ଜବତ ହୋଇଥିବା ବେଳେ ୮୦ ଟି ମାମଲା ରୁଜୁ ହୋଇଥିବା ସୂଚନା ଦିଆଯାଇଛି। ସେହିପରି ୩ ପ୍ଲାଟୁନ ପୁଲିସ ଓ ବନ ବିଭାଗର ଅଧିକାରୀମାନେ ମାନେ ଏହି ଅଭିଯାନରେ ସାମିଲ ଥିବା ସୂଚନା ମିଳିଛି। ଆଗକୁ ମଧ୍ୟ ଅଭିଯାନ ଜାରି ରହିବ ବୋଲି ସୂଚନା ମିଳିଛି।