ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ପ୍ରଶିକ୍ଷଣ ଓ଼ ମକ୍‌ଡ୍ରିଲ୍ ଶିବିର ଅନୁଷ୍ଠିତ 

0

କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):- ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବନବିଭାଗ ଆପାତକାଳୀନ ଉଦ୍ଧାର ଦଳର ଏକ ପ୍ରଶିକ୍ଷଣ ଶିବିର ଓ ମକ୍‌ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରଞ୍ଜିଆ ବନଖଣ୍ଡ ସହ‌ଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ କରଞ୍ଜିଆ ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ସହକାରୀ ବନ ସଂରକ୍ଷକ ଫାଲଗୁନୀ ବେହେରା, ମଦନମୋହନ ମହାର, କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ବାଇଁ, ତାଟୋ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି, ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ କିଶୋର ପାଣିଗ୍ରାହୀ, ମହୁଲଡିହା ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ୪ଟି ଡିଭିଜନ; କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ, କରଞ୍ଜିଆ ବନଖଣ୍ଡ, ରାଇରଙ୍ଗପୁର ବନଖଣ୍ଡ ଓ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡର ଆପାତକାଳୀନ ସୁରକ୍ଷା ଦଳର ସଦସ୍ୟମାନଙ୍କୁ ଯନ୍ତ୍ରପାତି ସାହାଯ୍ୟରେ ତୁରନ୍ତ ବନ୍ୟପ୍ରାଣୀମାନଙ୍କ ଜୀବନକୁ ରକ୍ଷା କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସଂପର୍କରେ ମକ୍‌ଡ୍ରିଲ୍ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷକ ଭାବରେ ବାରିପଦା ଏସ୍‌ଟିଆର ବାୟୋଲୋଜିଷ୍ଟ ସ୍ବରୂପ କୁମାର ଫୁଲଣ୍ଡନ ଯୋଗଦେଇ ମକ୍‌ଡ୍ରିଲ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ କରଞ୍ଜିଆ ବନଖଣ୍ଡର ବହୁ କର୍ମଚାରୀ ଯୋଗ ଦେଇଥିଲେ |

LEAVE A REPLY

Please enter your comment!
Please enter your name here