କଟକ ( ବିପ୍ଲବୀ ପରିକ୍ରମା ):- ସଟର ତାଡି ଗାରମେଣ୍ଟ ଶୋ’ ରୁମ୍ ରୁ ଲୁଟ୍ । ସିସିଟିଭି ରେ କଏଦ୍ ହେଲା ଲୁଟ୍ ବେଳର ଦୃଶ୍ୟ । ଥାନା ଠାରୁ ମାତ୍ର କେଇ ହାତ ଦୂରରେ ଘଟିଛି ଏଭଳି ଘଟଣା । ଏନେଇ ମଧୁପାଟଣା ଥାନରେ ଏତଲା । ଭଲକରି ଦେଖନ୍ତୁ ଏ ଦୃଶ୍ୟକୁ କଟକ ଲିଙ୍କରୋଡ ଅଞ୍ଚଳରେ ଥିବା ଏକ ଗାରମେଣ୍ଟ ଶୋ’ ରୁମ୍ ରୁ କିଭଳି ସଟର ତାଡି ଲୁଟିଲେ ଲୁଟେରା । ମିଳିଥିବା ସିସିଟିଭି ରେ ସ୍ପଷ୍ଟ ଜଣାପଡୁଛି ଜଣେ ବ୍ୟକ୍ତି ସଟର ମଝି ପାର୍ଶ୍ଵ କିଛି ଯନ୍ତ୍ର ସାହଯ୍ୟରେ ମେଲା କରି ଭିତରେ ପଶି କ୍ୟାସ୍ ଡ୍ର ଭାଙ୍ଗି ଦେଉଛି । ଏବଂ ପରେ ଲୁଟ୍ କରୁଛି । ତେବେ ଏଭଳି ଘଟଣା ଏହି ଅଞ୍ଚଳରେ ଠିକ୍ ଵର୍ଷେ ତଳେ ଏକ ମୋବାଇଲ ଶୋ ରୁମ୍ ରେ ଘଟିଥିଲା । ଆଉ ସେହି ଘଟଣାରେ ପୋଲିସ୍ ଏଯାଏଁ ଲୁଟେରା ଙ୍କୁ ଧରି ପାରି ନଥିବା ବେଳେ ଏବେ ପୁଣି ଥରେ ଏଭଳି ଏକ ଲୁଟ ଏବେ ପୋଲିସ ର ଚିନ୍ତା ବଢ଼ାଇଛି ।