କଟକ ( ବିପ୍ଲବୀ ପରିକ୍ରମା ):- ଭିଡ଼ର ସୁଯୋଗ ନେଇ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଲେ ଦୁର୍ବୃତ୍ତ । କଟକ ବକ୍ସିବଜାର ସ୍ଥିତ ଅମରେଶ୍ୱର ମନ୍ଦିର ରୁ ମହିଳା ଙ୍କ ବେକରୁ ୧୩ ଗ୍ରାମର ସୁନା ଚେନ ଲୁଟିନେଲେ ଲୁଟେରା । ଏ ନେଇ କଟକ ମଙ୍ଗଳାବାଗ ଥାନରେ ଅଭିଯୋଗ କରିଛନ୍ତି କଟକ ବାଦାମବାଡ଼ି ଅଞ୍ଚଳର ଦୀପକ୍ କୁମାର ଜେନା । ଦୀପକ୍ ଓ ତାଙ୍କ ପତ୍ନୀ ପଦ୍ମିନୀ ଶ୍ରାବଣ ମାସର ପ୍ରଥମ ସୋମବାର ରେ ଅମରେଶ୍ୱର ମହାଦେଵଙ୍କ ନିକଟକୁ ଜଳଲାଗି କରିବାକୁ ଯାଇଥିଲେ । ସେହି ସମୟରେ ଭିଡ଼ର ସୁଯୋଗ ନେଇ ଦୁଇ ଜଣ ମହିଳା ତାଙ୍କ ବେକରୁ ସୁନା ଚେନ ଲୁଟି ନେଇଥିବା ସନ୍ଦେହ କରୁଛନ୍ତି ଦମ୍ପତି । ଦମ୍ପତିଙ୍କ ଅଭିଯୋଗ ପରେ ପୋଲିସ୍ ର ଛାନ୍ ଭିନ୍ ଆରମ୍ଭ ।