ପନ୍ଦର ଘଣ୍ଟା ୫୨୦ ନମ୍ବର ଜାତୀୟ ରାଜପଥ ଅବରୋଧ

0

କେନ୍ଦୁଝର ( ବିପ୍ଲବୀ ପରିକ୍ରମା ):- କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ଗୁଆଲି କେନ୍ଦୁଡିହି ଛକ ନିକଟରେ ଗତ ରାତିରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ଜାତୀୟ ରାଜପଥରେ ବେଆଇନ୍ ପାର୍କିଂ ଯୋଗୁ ବାରମ୍ବାର ରାସ୍ତାଜାମ, ଦୁର୍ଘଟଣା ଆଦି ଘଟୁଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆ ଯାଉନାହିଁ।

ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଗତ ରାତିର ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଉପରେ ମୃତଦେହ ରଖି ରାତିସାରା ରାଜପଥ ଅବରୋଧ କରିଥିବା ବେଳେ ତାହା ଖବର ନେବା ପର୍ଯ୍ୟନ୍ତ ଜାରି ରହିଥିଲା ।

ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ହଜାର ହଜାର ଗାଡି ଗୁଡ଼ିକ ଛିଡା ହୋଇ ରହିଥିଲେ । ଅନ୍ୟ ପକ୍ଷରେ ବଡବିଲ ତହସିଲଦାର ଓ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଲୋକେ କିନ୍ତୁ ନିଜ ଜିଦରେ ଅଟଳ ରହିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here