ଆଣ୍ଟି ନକ୍ସଲ ଅପରେସନ ରେ ସୀମା ସୁରକ୍ଷା ବାହିନୀ ଙ୍କୁ ବଡ ସଫଳତା ।

0

ପଥର ଗୁମ୍ଫା ରୁ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ ।

ଆନ୍ଦ୍ର ଓଡିଶା ସୀମାନ୍ତ ରୁ ଜବତ କଲେ 142 ବାଟାଲିୟନ ର bsf ଯବାନ ।

ମାଲକାନଗିରି ରେ ନିୟୋଜିତ 142 ବାଟାଲିୟନ ର bsf ଯବାନ ଆନ୍ଦ୍ର ଓଡ଼ିଶାର ସୀମାନ୍ତ ରେ କୁମ୍ବିଙ୍ଗ ଅପରେସନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ରିଜର୍ବ ଜଙ୍ଗଲ ର ଅଂଚଳର ଆଲୁରକୋଟା ଓ ସିଲେରୁ ନଦୀ କୂଳ ଅଂଚଳ ରେ କୁମ୍ବିଙ୍ଗ ସମୟରେ ଜବତ ହୋଇଛି ମାଓ ସାମଗ୍ରୀ ।ଜବତ ସାମଗ୍ରୀ ମଧ୍ୟରେ ଦୁଇଟି ଦେଶୀ ବନ୍ଧୁକ , 57 ଟି ଯିଲଟିନ ଷ୍ଟିକ , 111 ଟି improvised ଗ୍ରେନେଡ଼ , ଦୁଇଟି ହେଣ୍ଡ ଗ୍ରେନେଡ଼, ପାଞ୍ଚଟି ଇଲେକ୍ଟ୍ରିକ ଡେଟୋନେଟର, 350 ମିଟର କାଡେ଼କ୍ସ ୱାରୀ ଭଳି ପ୍ରାୟ 15 ପ୍ରକାର ମାଓ ସାମଗ୍ରୀ ଜବତ କରିଛି bsf ବାହିନୀ ।ଜବତ ସାମଗ୍ରୀ ମଧ୍ୟରେ ଅଧିକାଂଶ ସାମଗ୍ରୀ ମାଓବାଦୀ ମାନେ ied ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରୁଥିବା ବେଳେ bsf ଙ୍କ ଗୁଇନ୍ଦା ବିଭାଗ ତତ୍ପର ଦେଖାଇ ସମସ୍ତ ମାଓ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି । ସୂଚନା ଥାଉ କି ମାଲକାନଗିରି ଜିଲ୍ଲାରେ bsf ଯବାନ ଙ୍କ ଉପସ୍ଥିତି ଯୋଗୁଁ ଲାଲ ବାହିନୀ ର ମେରୁଦଣ୍ଡ ଭାଙ୍ଗି ଯାଇଛି ।

 

LEAVE A REPLY

Please enter your comment!
Please enter your name here