ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୋହନା ଚିଟିଙ୍ଗ ଘାଟିରେ ହୋଇଥିବା ଦୁର୍ଘଟଣା ର ଦୁଃଖଦ ଖବର ପାଇ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ତାଙ୍କର କୋର ଟିମ କୁ ଆଦେଶ ଦେବା ମାତ୍ରେ ସାଂସଦ ଙ୍କ କୋର ଟିମ ଏମକେସିଜି ମେଡିକାଲରେ ଥିବା ସମସ୍ତ ପୀଡ଼ିତମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ଉତ୍ତମ ଚିକିତ୍ସା ଯୋଗାଇଦେବା ନିମନ୍ତେ ଏମକେସିଜି କତ୍ତୃପକ୍ଷ ସହ ସାକ୍ଷାତ କରିଥିଲେ l ପ୍ରାଣ ହରେଇଥିବା ୪ଜଣ ଶୋକାକୁଳ ପରିବାରକୁ ସମବେଦନା ଦେବା ସହ ସମସ୍ତ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ l