ଅସୁସ୍ଥ ଥାଇ ମଧ୍ୟ ଚିକିତ୍ସା ସେବା ଯୋଗାଉଛନ୍ତି ଡାକ୍ତର 

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନିଜ ଅପେକ୍ଷା ଅନ୍ୟ ମାନଙ୍କ ସେବା ଓ ସୁଖ ଦୁଃଖରେ ଛିଡା ହୋଇ ଯିଏ ସାହାଯ୍ୟ ସହଯୋଗ କରିଥାନ୍ତି ସେମାନେ ନିଜ ଦୁଃଖ କଷ୍ଟ ଭୁଲିଯାଇ ସେବା ଯୋଗାଇବାରେ ମଗ୍ନ ରୁହନ୍ତି l ଏମିତି ସେବା ଯୋଗାଉଥିବା ବ୍ୟକ୍ତି ହେଉଛନ୍ତି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଗ୍ରାମପଞ୍ଚାୟତ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ବ୍ରଜରାଜ କର l ଆଜି ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ମାନେ ପହଞ୍ଚି ନିଜ ନିଜ ଶାରୀରିକ ସମସ୍ୟାର ପରୀକ୍ଷା କରାଇବା ପାଇଁ ଯିବାବେଳେ ଦେଖିବାକୁ ମିଳିଲା ଯେ ଡାକ୍ତରଙ୍କ ବାମ ହାତରେ ଗୋଟିଏ ଆଇ ଭି ସେଟ ଦ୍ୱାରା ସେଲାଇନ ଲାଗିଥିବା ଦେଖିବାକୁ ମିଳିଛି ଏବଂ ସେହି ସାଲାଇନ ଲାଗିଥିବା ଅବସ୍ଥାରେ ଡାହାଣ ହାତରେ ରୋଗୀଙ୍କୁ ପରୀକ୍ଷା କରି ଚିକିତ୍ସା ଦେବା ସହ ନିଜ କର୍ତ୍ତବ୍ୟ କରିଚାଲିଥିବା ଦେଖିବାକୁ ମିଳିଛି l

LEAVE A REPLY

Please enter your comment!
Please enter your name here