ମାଲକାନଗିରି ( ଦ କୁଇଭର ):- ଲାଲବହିନୀ ଙ୍କ ବଡ ଯୋଜନା କୁ ପଣ୍ଡ କଲେ ବିଏସଏଫ ଯବାନ । ଗଛ ମୂଳରୁ ୪ଟି ବଡ ied କୁ ଉଦ୍ଧାର କଲେ ସୀମା ସୁରକ୍ଷା ବାହିନୀ । ଲାଲ ବାହିନୀ ଙ୍କ ପୁରୁଣା ଗଡ଼ ଅର୍ଥାତ ମାଲକାନଗିରି ଜିଲ୍ଲା ପଡିଆ ଥାନା ସିଲାକୋଟା ଜଙ୍ଗଲ ରେ ବିଏସଏଫ ବାହିନୀ ଙ୍କୁ ମିଳିଛି ବଡ ସଫଳତା । ବିଏସଏଫ ଙ୍କ ୧୪୨ ବାଟାଲିୟନ ର ଯବାନ ମାନେ ଆଜି ସିଲାକୋଟା ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ସମୟରେ ମାଟି ତଳେ ପୋତା ଯାଇଥିବା ୩ଟି ବଡ ପ୍ରେସର କୁକର ଆଈଡ଼ି ଉଦ୍ଧାର କରିବା ସହ ୨୦ ମିଟର କାର୍ଡ଼େକ୍ସ ତାର , ୨୪ ଟି ଜିଲେଟିନ ଷ୍ଟିକ ଉଦ୍ଧାର କରିଛନ୍ତି ।
ପ୍ରେସର କୁକର ରେ ନିର୍ମିତ ଏହି ଆଇଇଡି ଗୁଡିକ ମଧ୍ୟରେ ଦୁଇଟି ୧୫ କେଜି ର ଥିବା ବେଳେ ଗୋଟିଏ ୧୨ କେଜି ର ରହିଛି ।
ସୂଚନା ଥାଉ କି ପ୍ରେସର କୁକର ରେ ନିର୍ମିତ ହୋଇଥିବା ଏହି ଆଇଇଡି ଗୁଡିକ ସୁରକ୍ଷା ବାହିନୀ ଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଲାଲ ବହିନୀ ଲୁଚାଇ ରଖିଥିବା ବେଳେ ସମୟ ପୂର୍ବରୁ ବିଏସଏଫ ଯବାନ ଏହାକୁ ଉଦ୍ଧାର କରି ନଷ୍ଟ କରିଛନ୍ତି ।