ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲାର ପୁଇତଳl ଛକ ଠାରେ ଏଲ ପି ଜି ସିଲିଣ୍ଡର ବୋଝେଇ ଟ୍ରକରେ ନିଆଁ ଲାଗି ଇଞ୍ଜିନ ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗଞ୍ଜାମ ଥାନା ପୁଇତଳl ଛକ ନିକଟରେ ଏଲ ପି ଜି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ରେ ଆଜି ସକାଳେ ନିଆଁ ଲାଗି ଯାଇଥିଲା । ଗାଡି ଟି ଭୁବନେଶ୍ଵର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏଲପିଜି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ରେ ସଟ ସର୍କିଟ ଯୋଗୁଁ ଅଚାନକ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି ।
ନିଆଁ ଲାଗିଥିବା ଡ୍ରାଇଭର ଜାଣି ପାରି ଟ୍ରକଟିକୁ ସେଠାରେ ଅଟକାଇବା ସହ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ । ଛତ୍ରପୁର ଅଗ୍ନିଶମ ବିଭାଗ ସେଠାରେ ପହଁଚି ନିଆଁକୁ ଆୟତ୍ତ କରିଥିବା ବେଳେ ଟ୍ରକ ର ଇଞ୍ଜିନ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା । ତେବେ ଟ୍ରକ ର ଡାଲା ପଟେ ନିଆଁ ଲାଗିନଥିବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ସଠିକ ସମୟରେ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଁଚି ନିଆଁ କୁ ଆୟତ୍ତ କରିଥିଲେ l