ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା କାଶୀନଗର ରେଳଷ୍ଟେସନ ଠାରେ ପୁରୀ-ଗୁଣୁପୁର ଟ୍ରେନର ଏସି ବଗିରେ ଆକସ୍ମିକ ଭାବେ ଲାଗିଲା ନିଆଁ । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସମସ୍ତ ଯାତ୍ରୀ । ଘଟଣାରୁ ପ୍ରକାଶ ଯେ, ଆଜି ପୁରୀ ରୁ ଗୁଣୁପୁର ଅଭିମୁଖେ ଆସୁଥିବା ପାସେଞ୍ଜର ଟ୍ରେନ କାଶୀନଗର ରେଳଷ୍ଟେସନ ଠାରେ ପହଞ୍ଚି ରହଣି କାଳରେ କୌଣସି ଯାନ୍ତ୍ରିକ ତୃଟିରେ ଏସି ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା ।
ଏହା ଦେଖି ଯାତ୍ରୀମାନେ ଭୟଭିତ ହୋଇଥିବା ବେଳେ ଉପସ୍ଥିତ ରେଳ କର୍ମଚାରୀମାନେ ନିଆଁ ଲାଗିଥିବା ବଗି ପାଖରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଯାହାଫଳରେ କୌଣସି ଜନଧନ କ୍ଷୟକ୍ଷତି ହୋଇନଥିଲା । ଆଜି ଟ୍ରେନ୍ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବିତ ରାତ୍ରରେ ପହଞ୍ଚିଥିଲା । ଯଦି ଓ ଟ୍ରେନ୍ ଟି ଚାଲିବା ସମୟରେ ଏପରି ନିଆଁ ଲାଗିଥାନ୍ତା ତେବେ ବ୍ୟାପକ କ୍ଷୟକ୍ଷତି ହୋଇଥାନ୍ତା ବୋଲି ଆଲୋଚନା ହେବା ସହ ରେଳକର୍ମଚାରୀଙ୍କ ତ୍ବରିତ ପଦକ୍ଷେପକୁ ନେଇ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଥିବା ଯାତ୍ରୀମାନେ ପ୍ରଶଂସା କରୁଛନ୍ତି ।
ଖବର ଲେଖିବା ସୁଦ୍ଧା ଟ୍ରେନର କ୍ଷତିଗ୍ରସ୍ତ ଏସି ବଗିକୁ ମରାମତି କରୁଛନ୍ତି ରେଳ କର୍ମଚାରୀମାନେ । ଗୋଟିଏ ପଟେ ଆଜି ପୁରୀ-ଗୁଣୁପୁର ଟ୍ରେନ୍ ଟି ଆଜି ନିର୍ଦ୍ଧାରିତ ସମୟ ଠାରୁ ବହୁ ବିଳମ୍ବରେ ପହଞ୍ଚିଥିବା ବେଳେ ଏପରି ନିଆଁ ବ୍ୟାପିବା ଯୋଗୁଁ ବିଳମ୍ବ ଘଟୁଥିବାରୁ ଗୁଣୁପୁର ଏବଂ ଅନ୍ୟାନ୍ୟ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଯାତ୍ରୀମାନେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବାର ଜଣାପଡିଛି ।