ରାଉଲକେଲା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଉରକେଲାରେ ଘଟିଛି ବଡ ଅଘଟଣ । ଏକ ମାଲବାହୀ ଟ୍ରେନ୍ ଭାରସାମ୍ୟ ହରାଇ ବସ୍ତି ଭିତରକୁ ପଶିଯାଇଥିବା ସୂଚନା ମିଳିଛି ।
ରାଉରକେଲା ମାଲଗୋଦାମ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି l ତେବେ ଏଥିରେ ଟ୍ରେନ ର ପ୍ରାୟ ୩ ଟି ବଗି ଲାଇନ ଚ୍ୟୁତ ହେବାର ସୂଚନା ମିଳିଛି l