ଗଜପତି ( ବିପ୍ଲବୀ ପରିକ୍ରମା ):- ସାମାନ୍ୟ ଏକ ଭୁଲ ନିଷ୍ପତ୍ତିରୁ ନଷ୍ଟ ହୋଇଗଲା ଭବିଷ୍ୟ। ଅଜଣା ଫୋନ କଲରୁ ଯୁବକଙ୍କ ଜାଲରେ ଫସି ଯାଇଥିଲେ ଯୁବତୀ। ଏଭଳି ଏକ ଘଟଣା ଘଟିଛି ରା ଉଦୟଗିରି ଥାନା ଅନ୍ତର୍ଗତ ଲୁବୁରସିଂ ଗ୍ରାମର ସୁନିତା ନାୟକଙ୍କ କ୍ଷେତ୍ରରେ। ଉକ୍ତ ଥାନା ଅନ୍ତର୍ଗତ ତବାରସିଂ ଗ୍ରାମର ଯୁବକ ସୁଶାନ୍ତ ବଡ଼ରଇତର, ବିବାହ ପ୍ରତିଶୃତିରେ ଭରସା କରି ଜୀବନସାଥି ହେବା ଆଶା ବାନ୍ଧିଥିଲେ ଯୁବତୀ ଜଣକ।
ତିନି ବର୍ଷ ସମସ୍ତ ପ୍ରକାରର ସମ୍ପର୍କ ରଖିବା ପରେ ବିବାହ କରିବାକୁ ବାଧ୍ୟ କରିବାରୁ ପ୍ରେମିକର ଅସଲ ରୂପ ଜାଣିପାରିଥିଲେ ଯୁବତୀ, ପ୍ରେମିକ ପୂର୍ବରୁ ବିବାହିତ, ତା’ର ଛୁଆ ମଧ୍ୟ ରହିଛି, ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ଦ୍ବିତୀୟ ପତ୍ନୀ ଭାବେ ରହିବାକୁ ରାଜି ହେବାପରେ ଘର ଲୋକଙ୍କ ପରାମର୍ଶରେ ସୁନିତାକୁ ବାହାରକୁ ନେଇଥିଲେ ପ୍ରେମିକ ସୁଶାନ୍ତ। ସେଠାରେ ପରିବାର ଲୋକଙ୍କ ସହ ଚକ୍ରାନ୍ତ କରି କେଉଁଠି ବିକ୍ରି ଛାଡ଼ି ଚାଲି ଆସିବା ଉଦ୍ୟମକୁ ଜାଣି କୈାଣସି ମତ୍ତେ ସେଠାରୁ ଖସି ଆସି ରା ଉଦୟଗିରି ଥାନାରେ ଜଣାଇଥିଲେ।
ପୋଲିସ ଉଭୟଙ୍କୁ ଡ଼ାକି ବୁଝାସୁଝା କରି ଭରଣପୋଷଣ ପାଇଁ ପୁଅ ୩ ଲକ୍ଷ ଟଙ୍କା ଝିଅକୁ ଦେବାପାଇଁ ଲିଖିତ ରାଜିନାମା କରିଥିଲେ। ଇତିମଧ୍ୟରେ ମାତ୍ର ୪୦ ହଜାର ଦେବା ପରେ ଧରା ଛୁଆଁ ନ ଦେବାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିକଟରେ ପହଞ୍ଚିଥିଲେ ଯୁବତୀ ଜଣକ। ଭିନ୍ନ ଜାତିର ପୁଅକୁ ଦ୍ବିତୀୟ ବିବାହ କରିଛି ବୋଲି ନିଜ ବାପା ଭାଇ ଘରେ ପୁରାଉ ନଥିବା ବେଳେ ଯାହାକୁ ଜୀବନସାଥି ଭାବେ ଭରସା କରିଥିଲେ ସେ ଧୋକା ଦେଇଛି। ବର୍ତ୍ତମାନ ରହିବାକୁ ସ୍ଥାନ ନ ପାଇ ଏକାକୀ ପିଡିତା ନ୍ୟାୟ ପାଇଁ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଛି।