କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ଯୋଡ଼ା ନିକଟବର୍ତ୍ତୀ ଖଣ୍ଡବନ୍ଧ ପାର୍କିଂ ଠାରେ ଗତରାତିରେ ଏକ ଛିଡା ହାଇୱାରେ ଅଗ୍ନିକାଣ୍ଡ ଘଟି ଗାଡିଟି ଜଳି ଯାଇଥିବା ଜଣା ପଡିଛି। ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ ବା ଷ୍ଟୋବ୍ କାରଣରୁ ଏହା ଜଳିଥିବା ଆଶଙ୍କା କରା ଯାଉଛି। ହାଇୱା ଛିଡା ରହିଥିବା ବେଳେ ପ୍ରଥମେ କ୍ୟାବିନରେ ନିଆଁ ଲାଗି ଯାଇ କ୍ରମଶଃ ଏହା ବିଶାଳ ରୂପ ଧାରଣ କରିଥିଲା। ଏହି ଘଟଣାରେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳି ପାରି ନ ଥିବା ବେଳେ ସେଠାରେ ଲୋକେ ଭୟଭୀତ ହୋଇ ଏପାଖ ସେପାଖ ଧାଇଁ ବୁଲୁଥିବାର ଦେଖା ଯାଇଥିଲା