ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- – ସହର ଉପକଣ୍ଠ ସୁକୁଣ୍ଡା ହଜ, ବେଣା ବନ୍ଧ ଓ ଦକ୍ଷିଣପୁର ଘାଇରେ ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ ଓ ଷ୍ଟେପ୍ ଫର ନେଚର ଆନୁକୂଲ୍ୟରେ କେରାଣ୍ଡିମାଳ ଓ୍ୱିଙ୍ଗଡ୍ ଓ୍ୱାଇଲ୍ଡ ଲାଇଫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ସ୍ଥାନ ମଧ୍ୟରୁ ଦୁଇଟି ଜଳାଶୟକୁ ବ୍ରହ୍ମପୁର ସବୁଜ ବାହିନୀ ପୋଷ୍ୟ ଭାବେ ଗ୍ରହଣ କରିଛି। ଏପରିକି ସେଠାରେ ସବୁଜିମା ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛି। ଏହି କାର୍ଯ୍ୟକ୍ରମ ଜରିଆରେ ଜଳାଶୟକୁ ଆସିଥିବା ପକ୍ଷୀଙ୍କୁ ଚିହ୍ନଟ ଓ ଗଣନା କରାଯାଇଛି।
ଏହି ସ୍ଥାନରେ ଋଷିଆର ୟୁରୋସିଆନ୍ କୁଟ୍, ମାଙ୍ଗୋଲିଆର ଲେଜର୍ ହୁଇସିଲିଂ ଡକ୍, କୋଟନ୍ ପିଗିମ୍ମି, ନର୍ଥ ଆମେରିକାର ଗଡଓ୍ୱାଲ, ସାଇବେରିଆର ରେଡ କ୍ରିଏଷ୍ଟାର୍ଡ ପୋଚାର୍ଡ, କମନ୍ ପୋଚାର୍ଡ, ଲିଟିଲ୍ ଟେନ୍, ୟୁରୋସିଆନ୍ ୱିଗନ୍, ସମେତ ମୁରହେନ୍, ଇଣ୍ଡିଆନ କମେନ ଟିଲ୍, କମନ ଗ୍ରାନୁଲୀ, ପରପଲ ସ୍ୱାମ୍ପେନ୍, ବ୍ରୋଞ୍ଜ ଓ୍ୱିଙ୍ଗଡ ଜାକାନା, ଗେଣ୍ଡାଳୀଆ, ବାଲିଶୁଆ, ମାଛରଙ୍କା, ରେଡ୍ ୱାଟଲେଡ୍ ଲାପିଙ୍ଗ୍, ପର୍ପଲ୍ ହେରନ୍ ଦେଖା ଦେଇଛି।
ବେଣା ବନ୍ଧରେ 8ଶହରୁ ଅଧିକ ପକ୍ଷୀ, ସୁକୁଣ୍ଡା ହଜରେ 11 ଶହରୁ ଅଧିକ ଏବଂ ଦକ୍ଷିଣପୁର ଘାଇରେ 16 ଶହରୁ ଅଧିକ ପକ୍ଷୀ ଦେଖା ଦେଇଛି।
ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ କହିଛନ୍ତି, ସୁକୁଣ୍ଡା ହଜ୍, ଦକ୍ଷିଣପୁର ଘାଇ ଓ ଵେଣା ବନ୍ଧରେ ବିଭିନ୍ନ ପ୍ରଜାତିର ବିଦେଶି ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଛି। ପୂବର୍ରୁ ଜିଲ୍ଲାର ଋଷିକୂଲ୍ୟା ଓ ବାହୁଦା ମୁହାଣରେ ଦେଖା ଯାଉଥିବା ପକ୍ଷୀ ବର୍ତ୍ତମାନ ଏହି ସ୍ଥାନରେ ମଧ୍ୟ ଅଦିକ ମାତ୍ରାରେ ଦେଖା ଦେଇଛି। ପକ୍ଷୀଙ୍କ ସୁରକ୍ଷା ସହ ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିବା ପାଇଁ ଏହି 3 ଅନୁଷ୍ଠାନ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। କେରାଣ୍ଡିମାଳ ପବର୍ତ ପାଦ ଦେଶରେ ଏହି 3ଟି ଜଳାଶୟ ରହିଥିବାରୁ ଏହାକୁ କେରାଣ୍ଡିମାଳା ଓ୍ୱିଙ୍ଗଡ୍ ଓ୍ୱାଇଲ୍ଡ ଲାଇଫ ନାମ କରଣ କରାଯାଇଛି।
ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷା କାରଣରୁ ଏହି ଜଳାଶୟରେ ପାଣି ଭରି ରହିଥିଲା। ଯାହାକି ପକ୍ଷୀଙ୍କ ପାଇଁ ଉତ୍ତମ ପରିବେଶ ତିଆରି କରିଥିଲା। ଏହି ଅବସରରେ 3ଟି ଅନୁଷ୍ଠାନର ସଦସ୍ୟମାନେ 4ଦିନ ଧରି ସମସ୍ତ ଜଳାଶୟରେ ପକ୍ଷୀଙ୍କୁ ଚିହ୍ନଟ ଓ ଗଣନା କରିଥିଲେ।
ଏଥିରେ ସବୁଜବାହିନୀର ଶିବରାମ ପାଣିଗ୍ରାହୀ, ଏ ପ୍ରକାଶ, ପି ବିନୋଦ, ବିଷ୍ଣୁ, ଆଞ୍ଚଳିକ ବିକାଶ ପରିଷଦର ସାଗର ପାତ୍ର, ବିଜେନ୍ଦ୍ର ମାଝୀ, ଷ୍ଟେପ ଫର ନେଚର(ସନ)ର ସ୍ୱାଧୀନ କୁମାର ସାହୁଙ୍କ ସମେତ ବହୁ ସଦସ୍ୟ ସାମିଲ ଥିଲେ।