ବିପୁଳ ପରିମାଣର ଦେଶୀ ମଦ ଜବତ, ପିକପ୍ ଭ୍ୟାନ ସହିତ ଜଣେ ଗିରଫ

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଚାଲିଛି ମୟୂରଭଞ୍ଜ ଜିଲ୍ଲାରେ ଅବକାରୀ ବିଭାଗର ପକ୍ଷରୁ ଡିସେମ୍ବର ୨୮ ତାରିଖରୁ ଜାନୁଆରି ୧୫ , ଯାଏଁ ସ୍ବତନ୍ତ୍ର ବେଆଇନ ମଦ ବିରୋଧି ସ୍ପେଶାଲ୍ ଡ୍ରାଇଭ୍ ଚାଲିଥିବା ବେଳେ। ଗତକାଲି ରାତିରେ ମରୋଡ଼ା ଥାନା ଅନ୍ତର୍ଗତ ଗୁହାଳଡ଼ିହା ନିଟରେ ଏକ ପିକଆପ୍ ଭ୍ୟାନରେ ଚଢ଼ାଉ କରି ୫୦ଟି ବସ୍ତାରେ ଥିବା ୨୫୦୦ଲିଟର ଦେଶୀମଦ ଜବତ୍ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ। ଜବତ ବିପୁଳ ପରିମାଣର ଏହି ବେଆଇନ ଚୋରା ଦେଶୀମଦ ମୋରଡ଼ା ବ୍ଲକ୍ ଅନ୍ତର୍ଗତ ହଳଦୀପାଳ ପଞ୍ଚାୟତ ଅଧୀନ ଭାଲୁକଚୁଆ ଗାଁରୁ ବାହାରି ବାଲେଶ୍ୱର ଯାଉଥିବା ଜଣାପଡିଛି। ଚୋରା ଚାଲାଣ ହୋଇ ପିକଅପ୍ ଭ୍ୟାନରେ ଯାଉଥିବା ଏହି ଦେଶୀମଦର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ମୟୂରଭଞ୍ଜ ଅବକାରୀ ଅଧିକ୍ଷକ। ତେବେ ବେଆଇନ ଭାବେ ଚୋରା ଦେଶୀମଦ ନେଉଥିବା ଗିରଫ ବ୍ୟକ୍ତି ଜଣକ ବାଲେଶ୍ଵର ଅରଡ଼ ବଜାରର ରମାକାନ୍ତ ଦାସ ବୋଲି ଜଣାପଡିଛି।

ମାତ୍ର ବେଆଇନ ଭାବେ ଚୋରା ଦେଶୀମଦ ପ୍ରସ୍ତୁତ ପ୍ରକ୍ରିୟା ମୋରଡା ନିର୍ବାଚନ ମଣ୍ଡଳୀରେ ଏବେ ଏକ କୁଟୀର ଶିଳ୍ପରେ ପରିଣତ ହୋଇଥିବା ଅଭିଯୋଗ ହେଉଥିବା ବେଳେ ମୋରଡ଼ା ଠାରେ ଥିବା ଅବକାରୀ ଥାନାରେ କର୍ମଚାରୀ ଅଭାବ ସମସ୍ୟା ଏହାର ମୁକାବିଲା କରିବା ଦିଗରେ ବିଫଳତାର ପ୍ରମୁଖ କାରଣ ବୋଲି ଜଣାପଡିଛି। ଏହାର ସମାଧାନ କରିବା ଦିଗରେ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ହସ୍ତକ୍ଷେପ କରିବାକୁ ମତପ୍ରକାଶ ପାଉଛି ।

 

LEAVE A REPLY

Please enter your comment!
Please enter your name here