ପୂଜା ବେହେରା ( ବିପ୍ଲବୀ ପରିକ୍ରମା ଡିଜିଟାଲ ) :- ଜୀବିତ ବ୍ୟକ୍ତିକୁ ମାରିଦେଲେ। ଜୀବନରେ ଥିବା ମହିଳାଙ୍କୁ କାଗଜ କଲମରେ ମୃତ ବୋଲି ଦର୍ଶାଇ ଦେଲେ। ଫଳରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଛନ୍ତି ମହିଳା , ଏଭଳି କିଛି ଅଭିଯୋଗ ଆସିଛି ଗଜପତି ଜିଲ୍ଲା କାଶୀନଗର ବ୍ଳକ କେ ସୀତାପୁର ପଞ୍ଚାୟତରୁ ,ଖାଲି ସେତିକି ନୁହେଁ ଏଭଳି ୫୦ ରୁ ଅଧିକ ମହିଳାଙ୍କ କ୍ଷେତ୍ରରେ ଘଟିଛି , ବିଭିନ୍ନ ତୃଟି ଯୋଗୁ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଛନ୍ତି ମହିଳା। ଦେଖିବା ଏହି ରିପୋର୍ଟରେ।
ମହିଳା ଜଣକ ସୁଭଦ୍ରା ଯୋଜନାରେ ଗତ ବର୍ଷ ଅର୍ଥାତ୍ ୨୦୨୪ ସେପ୍ଟେମ୍ବର ୯ ତାରିଖରେ ସଫଳତାର ସହ ପଞ୍ଜିକୃତ ହୋଇଥିଲେ ଏବଂ ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା ମଧ୍ୟ ପାଇଥିଲେ , ଦ୍ଵୀତୀୟ କିସ୍ତି ବେଳକୁ ଆଉ ଟଙ୍କା ନ ଆସିବାରୁ କାରଣ ଜାଣିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କୁ କୁଆଡେ ସରକାରୀ ତଥ୍ୟରେ ମୃତ ଘୋଷଣା କରାଯାଇଛି , ତେଣୁ ସୁଭଦ୍ରା କିସ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି ନିର୍ମଳା l
ସମାନ ଭାବରେ ଆଉଜଣେ ମହିଳା ହେଉଛନ୍ତି ତାରିଣୀ ଘଣ୍ଟ ଯାହାର ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ ତାକୁ ଦଶ ଏକର ଜମିର ମାଲିକ ଦର୍ଶାଇ ଦିଆଯାଇଛି ଫଳରେ ସେବି ଯୋଜନାରୁ ବଞ୍ଚିତ ହୋଇଥିଲେ ପରେ ସିଡିପିଓ ଓ ବ୍ଳକ ପ୍ରଶାସନ ବିଭିନ୍ନ ସ୍ତରରେ ଅଭିଯୋଗ କରିଛନ୍ତି ଏମିତିକି ସୁଭଦ୍ରା ପୋର୍ଟାଲ ରେ ମଧ୍ୟ ଅଭିଯୋଗ କରିଛନ୍ତି କିନ୍ତୁ ଫଳଶୁନ , ସେହିଭଳି ଆଉଜଣେ ମହିଳା ପି କମଲ ତାଙ୍କର ପେଟର ଦାନା ପାଇ ଶ୍ରମିକ ଭାବେ ଜମିରେ ଖଟୁଥିବା ବେଳେ ଅଭାବ ଅନଟନ ଦେଈ ଗତି କରୁଛନ୍ତି କିନ୍ତୁ ସେ ସରକାରି ଚାକିରୀଆ ଆଉ ପେନସନ ପାଉଥିବା ଦର୍ଶାଇ ଦିଆଯାଇଛି ଫଳରେ ସେ ବି ସୁଭଦ୍ରା ଯୋଜନାରୁ ବଞ୍ଚିତ ଅଛନ୍ତି । ଏଭଳି ତୃଟି ଅନେକ ମହିଳା ଯୋଜନାରୁ ବଞ୍ଚିତ ଅଛନ୍ତି l
ତେବେ ବାରମ୍ବାର ସର୍ଭେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଆଉ ଅନୁସନ୍ଧାନ ପରେ ମଧ୍ୟ ବ୍ୟାପକ ତୃଟି କାରଣ କଣ ହୋଇପାରେ। ଏଥିପାଇଁ ପାଇଁ କାହାକୁ ଦାୟୀ କରାଯିବ। କିଏ ଜାଣି ଶୁଣି ଏଭଳି କରୁଛନ୍ତି ନା ଦାୟିତ୍ଵରେ ଅଧିକାରୀଙ୍କ ଖାମଖିଆଲି ନୀତି ପାଈଁ ଏଭଳି ଘଟୁଛି ତାକୁ ନେଇ ଉଠିଛି ପ୍ରଶ୍ନ ।ତେବେ ଏନେଇ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କ କହିବା ହେଲା ଯେଉଁ ହିତାଧିକାରୀ ମାନେ ଆଦୈ ପାଇନାହାନ୍ତି ସେମାନଙ୍କର କ୍ଷେତ୍ର ଅନୁସନ୍ଧାନ କାରି ଦଳ ରିପୋର୍ଟ ଦେଇ ସାରିଛନ୍ତି ଯଦି ସେମାନେ ପାଇବା ଯୋଗ୍ୟା ତାହା ହେଲେ ସେମାନେ ପାଇବେ ଆଉ ଯେଉଁମାନେ ଗୋଟିଏ କିସ୍ତି ପାଇ ପରେ ବାଦ ପଡିଛନ୍ତି ସେମାନେ, ସୁଭଦ୍ରା ପୋର୍ଟାଲରେ ଅନଲାଇନ ଅଭିଯୋଗ କରନ୍ତୁ ସେମାନଙ୍କ ସମସ୍ୟାର ସମାଧାନ ସୋଇପାରିବ।
ସରକାର ସମସ୍ୟାର ସମାଧାନ ପାଇଁ ପୋର୍ଟାଲର ବ୍ୟବସ୍ଥା କରିଛନ୍ତି କିନ୍ତୁ କାର୍ଯ୍ୟକାରୀ କରୁନାହାନ୍ତି ତେବେ ଏ ସମସ୍ୟାର ସମାଧାନ କେବେ ହେବ ଆଉ ପ୍ରକୁତ ହିତାଧିକାରୀ ଏହାର ସୁଫଳ ପାଇବେ ତାକୁ ହିଁ ଅପେକ୍ଷା।