ବିଜେପି କର୍ପୋରେଟର ଗଗନ ଓଝାଙ୍କ ପକ୍ଷରୁ ଏକ ବିଶାଳ ଜନସଂପର୍କ ପଦଯାତ୍ରାର ଅନୁଷ୍ଠିତ 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :-ଘରେ ଘରେ ପହଞ୍ଚିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ କଲ୍ୟାଣକାରୀ ଯୋଜନା। ଏହି ବାର୍ତ୍ତା ନେଇ ସମଗ୍ର ଦେଶରେ ବିଜେପି ପକ୍ଷରୁ ଜାରି ରହିଛି ଜନସଂପର୍କ ପଦଯାତ୍ରା। ଏହି ପରିପ୍ରେକ୍ଷୀରେ କଟକ ବାରବାଟୀ ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ବିଜେପି କର୍ପୋରେଟର ଗଗନ ଓଝାଙ୍କ ପକ୍ଷରୁ ଏକ ବିଶାଳ ଜନସଂପର୍କ ପଦଯାତ୍ରାର ଆୟୋଜନ କରାଯାଇଥିଲା। ଝୋଲାସାହିରୁ ଏହି ପଦଯାତ୍ରା ବାହାରି ସହର ପରିକ୍ରମା କରି ଚୌଧୁରୀ ବଜାର ସ୍ଥିତ ଗୌରୀ ଶଙ୍କର ପାର୍କ ନିକଟରେ ପହଞ୍ଚିଥିଲା। ଏଥିରେ କଟକ ବିଜେପିର ଅନେକ ନେତା, କର୍ମୀଙ୍କ ସହ ପ୍ରାୟ ହଜାର ହଜାର ସଂଖ୍ୟାରେ ସମର୍ଥକ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here