ଚନ୍ଦ୍ରଗିରି ବନାଞ୍ଚଳରେ ଘୁରି ବୁଲୁଛି ମହାବଳ ବାଘ

0

ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗତ କିଛି ଦିନ ହେଲା ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ରେ ଘୁରି ବୁଲୁଛି ମହାବଳ ବାଘ l ଗୁରୁବାର ପର୍ଯ୍ୟନ୍ତ ଘୋଡ଼ାହାଡ଼ ଡ୍ୟାମ, ବାଦପୁର, ଜାନିଆମ୍ବ ଓ ପୁରୁଣାପାଣି ଅଞ୍ଚଳରେ ବାଘ ବୁଲୁଥିବା ନେଇ ବନ ବିଭାଗ ସୂଚନା ଦେଇଥିଲା l ଆଜି ଲଖlରୀ ଅଭୟlରଣ୍ୟ ପାଦଦେଶ ରେ ଥିବା ଆକିଲି ଫାର୍ମ ନିକଟରେ ବାଘ ପାଦଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି l ଖବର ପାଇ ଚାନ୍ଦିପୁଟ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପାଦଚିହ୍ନ ଯାଞ୍ଚ କରିଛନ୍ତି l ପାଦ ଚିହ୍ନ ଯାଞ୍ଚ ପରେ ଏହା ମହାବଳ ର ପାଦଚିହ୍ନ ବୋଲି ସ୍ପଷ୍ଟ କରିଛି ବନ ବିଭାଗ l ଆକିଲି ଗାଁର ସୁରେନ୍ଦ୍ର ନାୟକ ଙ୍କ ପରିବା ବଗିଚାରେ ପାଦଚିହ୍ନ ଠାବ ହୋଇଛି l ମହାବଳ ବାଘ ଢେପାଗୁଡା କୃଷ୍ଣପୁର ଅଞ୍ଚଳରୁ ଆସି ଏବେ ଆକିଲି ମୃତିକା ସଂରକ୍ଷଣ ଫାର୍ମ ଭିତରେ ଥିବା କହିଛନ୍ତି ସ୍ଥାନୀୟ ଲୋକେ l ମହାବଳ ବାଘ ଖାଦ୍ୟ ଅନ୍ୱେଷଣରେ କୌଣସି ଏକ ଜଙ୍ଗଲୀ ଜନ୍ତୁ କୁ ଗୋଡ଼ାଇ ଗୋଡ଼ାଇ ଆସି ଫାର୍ମ ଭିତରେ ଥିବା ଅନୁମାନ କରୁଛନ୍ତି ଲୋକେ l ଆକିଲି ଗାଁର ସୁରେନ୍ଦ୍ର ନାୟକ ଆଜି ସକାଳେ ନିଜ ବଳଦ ନେଉଥିବା ବେଳେ ବାଘ ଦେଖିଥିବା କହିଛନ୍ତି l iଗତ ମଙ୍ଗଳବାର ଦିନ ଜାନିଆମ୍ବ ଗାଁରେ ଗୋଟିଏ ଗାଈକୁ ମାରି ଖାଇବା ପରେ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ପଇଁତରା ମାରିଥିଲା l ତେବେ ଆକିଲି ଫାର୍ମ ଟି ୩୨୬ ନମ୍ବର ଜାତୀୟ ରାଜପଥ ପାଖରେ ଥିବାରୁ ଭୟଭୀତ ହୋଇପଡିଛନ୍ତି ଗ୍ରାମବାସୀ l

LEAVE A REPLY

Please enter your comment!
Please enter your name here