ସାମ୍ବାଦିକଙ୍କୁ ହତ୍ୟା ମାମଲା , ଅଭିଯୁକ୍ତ ଜଣକ ନାବାଳକ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ସାମ୍ବାଦିକଙ୍କୁ ହତ୍ୟା ମାମଲା ପୋଲିସର ଖୁଲାସା , ଅଭିଯୁକ୍ତ ଜଣକ ନାବାଳକ , ସୁଚନା ଦେଲା ପୋଲିସ l

ଗୋପାଳପୁର ଥାନା ଅନ୍ତର୍ଗତ ରେଓ ସାହିରେ ଏକ ବନ୍ଦଘରୁ ମୃତ ଜଗନ୍ନାଥ ଙ୍କ ଶବକୁ ଜବତ କରିଥିଲା ପୋଲିସ । ପରିବାରର ଅଭିଯୋଗ ପ୍ରକାରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ପୋଲିସ l ତେବେ ହତ୍ୟା ମାମଲାର ଅଭିଯୁକ୍ତ ମୃତ ଜଗନ୍ନାଥ ଙ୍କ ନିଜ ଫାଷ୍ଟ ଫୁଡ ଦୋକାନରେ ହେଲ୍ପର ଭାବେ କାମ କରୁଥିବା ଜଣେ ନାବାଳକ ହିଁ ଜଗନ୍ନାଥ ଙ୍କୁ ହତ୍ୟା କରିଛି ବୋଲି ପୋଲିସ ସୂଚନା ଦେଇଛି l ତେବେ ପୋଲିସ ସୂଚନା ପ୍ରକାରେ ମାସିକ ଦରମା ଯାହାକି ୧୫୦୦ ସହ ଟଙ୍କା ନଦେବା ସକାଶେ ତଥା ନାବାଳକ ସାମନାରେ ତା ଭଉଣୀକୁ ଅସଦାଚରଣ କରିବା ଯୋଗୁଁ ନାବାଳକ ଏପରି ହତ୍ୟା କାଣ୍ଡ ଘଟାଇଥିବା ବେଳେ ଗତ ୨୮ ତାରିଖ ଦିନ ଜଗନ୍ନାଥ ଓ ଅଭିଯୁକ୍ତ ନାବାଳକ ଗୋଟାଏ ଘରେ ସୋଇଥିଲେ କିନ୍ତୁ ୨୯ ତାରିଖ ଦିନ ସକାଳୁ ନାବାଳକ ଜଣକ ଏକ ବଡ଼ ପଥର ଆଣି ଜଗନ୍ନାଥ ଙ୍କ ମୁହଁ ରେ ପ୍ରହାର କରିବା ସହ ଏକ ଲୁହା କବାଟ ରଡ଼ ରେ ଜଗନ୍ନାଥଙ୍କ ମୁଣ୍ଡ କୁ ବାରମ୍ବାର ମାରିବା ଦ୍ୱାରା ସେଠାରେ ହିଁ ଜଗନ୍ନାଥ ଙ୍କ ମୃତ୍ୟୁ ଘଟିଥିଲା ଏବଂ ନାବାଳକ ଜଣକ ବାହାର ପଟୁ କବାଟ ବନ୍ଦ କରି ଚାଲିଯାଇଥିଲେ l ତେବେ ନାବାଳକ ଜଣକ ଭଞ୍ଜନଗର ର ବୋଲି ପୋଲିସ ତଦନ୍ତ ରୁ ଜଣା ପଡିଛି l ପୋଲିସ ନାବାଳକଙ୍କ ଠାରୁ ବନ୍ଦ ଘରର ଚାବି, ମୃତ ବ୍ୟକ୍ତିଙ୍କ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ସୁଚନା ଦେଇଛି l

LEAVE A REPLY

Please enter your comment!
Please enter your name here