ନନ୍ଦନକାନନ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ଅଙ୍କିତା ଏକ ନବଜାତକକୁ ଜନ୍ମଦେଇଛି। ପ୍ରାୟ ୧୩ ବର୍ଷ ୧ ମାସ ବୟସର ଏକ ସାଧାରଣ ରଙ୍ଗର ବାଘୁଣୀ ଅଙ୍କିତା ୧୦୩ ଦିନ ଗର୍ଭଧାରଣ ପରେ ଆଜି ସକାଳେ ଏକ ଛୁଆ ଜନ୍ମ କରିଛି। ତେବେ ଏହି ବାଘଶାବକର ଲିଙ୍ଗ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଏହି ଛୁଆ ଜନ୍ମ ହେବା ସହିତ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମୋଟ ବାଘ ସଂଖ୍ୟା ବର୍ତ୍ତମାନ ୨୮କୁ ବୃଦ୍ଧି ପାଇଛି। ଏଥିମଧ୍ୟରେ ୧୬ ପୁରୁଷ, ୧୧ ମହିଳା ଓ ୧ ଲିଙ୍ଗ ଚିହ୍ନଟ ହୋଇନଥିବା ବାଘ ଅନ୍ତର୍ଭୁକ୍ତ। ବର୍ତ୍ତମାନ ମା ଏବଂ ଛୁଆ ସିସିଟିଭି ନଜରରେ ଅଛନ୍ତି।