ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାଜଦାଣ୍ଣ ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଯୁବ ମୋର୍ଚ୍ଚା ପକ୍ଷରୁ ନମୋ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତୀୟଜନତା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ବାଳକୃଷ୍ଣ ପାତ୍ରଙ୍କ ସଭାପତିରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଓ ଜିଲ୍ଲା ସଭାପତି କେ. ନାରାୟଣ ରାଓ , ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ନମୋ ନବ ମତଦାତା ବିଷୟରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ନବ ନମୋ ଦାତା ଓ ୧୮ ବର୍ଷ ଅତିକ୍ରମ କରିଥିବା ଯୁବପିଟିଙ୍କୁ ମତଦାନ ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ମହତ୍ୱ ବିଷୟ ବଞ୍ଚିଥିଲେ।