ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଡ଼ଃ ଗୁଣନିଧି ନାୟକ ପ୍ରମୁଖ ଉପସ୍ଥିତ ରହି କିପରି ଚଳିତ ବର୍ଷ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହେବ ଓ ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯିବ ସେହି ବିଷୟରେ ବିସ୍ତ୍ରୁତ ଭାବରେ ଆଲୋଚନା କରିଥିଲେ।
ଚଳିତ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ,ଏଥିରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉକ୍ତ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ। ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେ । ଏଥି ସକାଶେ ଚଳିତ ମାସ ୨୧ ରୁ ୨୩ ତାରିଖ ଦିନ ଗଜପତି ଷ୍ଟାଡିୟମ୍ ଠାରେ ପ୍ୟାରେଡ଼ ଅଭ୍ୟାସ ଅନୁଷ୍ଠିତ ହେବ।ଏହି ଜାତୀୟ ଦିବସଟି ସହରର ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ। ଜାତୀୟ ଉତ୍ସବ ପାଳନ ଦିନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସକାଳ ୪.୩୦ ମି.ସମୟରେ ପାରଳାଖେମୁଣ୍ଡି ସହରରେ ରାମଧୂନ ପରିବେଷଣ କରାଯିବ। ପୂର୍ବାହ୍ନ ୮ ଘଟିକା ୩୦ ମିନଟ ସମୟରେ ଗଜପତି ଷ୍ଟାଡିୟମ୍ ଠାରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରି ସମବେତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ ଏବଂ ଅଭିଭାଷଣ ପ୍ରଦାନ କରିବେ। ପ୍ୟାରେଡ୍ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଦଳଙ୍କୁ ସିଲ୍ ଏବଂ ଅନ୍ୟାନ୍ୟ କୃତୀତ୍ବ ହାସଲକାରୀ ଦଳଙ୍କୁ ମେମୋରିଆଲ୍ ପୁରସ୍କାର ପ୍ରଦାନ କରାଯିବ । ଅନୁଷ୍ଠିତ ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଉତ୍ସବର ଗଜପତି ଷ୍ଟାଡିୟମ ଠାରେ ପୁରସ୍କୃତ କରାଯିବ। ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ଉକ୍ତ ଦିନ ପୂର୍ବାହ୍ନ ଘ.୭.୦୦ ଘଟିକା ସମୟରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।