ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ଗେଟବଜାର ସ୍ଥିତ ଏନଜିଓ ହଲ୍ ପରିସରରେ ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ଵେଚ୍ଛାସେବୀ ସଙ୍ଗଠନ ଗଣିଆ ଉନ୍ନୟନ କମିଟି ଓ ଶିଶୁ ସୁରକ୍ଷା ଅଂଶୀଦାର ଜାତୀୟ ନେଟୱର୍କ ଜଷ୍ଟ୍ ରାଇଟ୍ସ ଫର ଚିଲଡ୍ରେନ ପକ୍ଷରୁ ସରକାର ଙ୍କ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନକୁ ସମର୍ଥନ ଜଣାଇ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ।ଏହି ଅନୁଷ୍ଠାନ ଗଞ୍ଜାମ ଜିଲ୍ଲାରେ ମଧ୍ୟ ବାଲ୍ୟ ବିବାହ ରୋକିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ଏପରିକି ବିଭିନ୍ନ ବିଦ୍ୟାଳୟ ରେ ପିଲାଙ୍କୁ ସଚେତନତା କରିବା ସହ ଗାଁ ଗାଁ ରେ ଲୋକଙ୍କୁ ବାଲ୍ୟ ବିବାହର କୁ ପ୍ରଭାବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଛନ୍ତି । ଏହାସହିତ ଶିଶୁ ଶ୍ରମିକ ରୋକିବାକୁ ମଧ୍ୟ ସଙ୍ଗଠନ ସଚେତନତା କରି ଆସୁଛି।ସରକାରଙ୍କ ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ସଙ୍ଗଠନ ପକ୍ଷରୁ ଉଦ୍ୟମ ଜାରି ରହିବ ବୋଲି ସଙ୍ଗଠନ ର ଅଧକ୍ଷ ସୂଚନା ପ୍ରଦାନ କରିଛନ୍ତି।