ସହରତଳି ଅଂଚଳ ମିଳିତ କ୍ରିୟାନୁଷ୍ଠାନ କମିଟିଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ଗେଟବଜାର ସ୍ଥିତ ଏନଜିଓ ହଲ ପରିସରରେ ଏକ ସାମ୍ବାଦିକ ସମ୍ମିଳ୍ଳନୀ ଅନୁଷ୍ଠିତ ହୋଇଯାଇଛି l ସହରତଳି ଅଂଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସହରତଳି ଅଞ୍ଚଳ ମିଶ୍ରଣ ପ୍ରସଙ୍ଗରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଅସମ୍ପୂର୍ଣ୍ଣ ଓ ଅର୍ଦ୍ଧସତ୍ୟରେ ପରିପୂର୍ଣ ନକରାତ୍ମକ ତଥ୍ୟ ବିଧାନସଭାରେ ରଖିଥିବା ନେଇ ଅଭିଯୋଗ କରିଛି ମଂଚ l ବ୍ରହ୍ମପୁର ମହାନଗର ନିଗମ ରେ ସାମିଲ ହେବ ନେଇ ଲୋଚାପଡ଼ା,ଗୁରୁଣ୍ଠି,ନିମଖଣ୍ଡି,ଭାବିନିପୁର ସମେତ ସହରତଳି ଅଂଚଳରେ ଥିବା ଗ୍ରାମଗୁଡିକ ବାରମ୍ବାର ଦାବି କରିଆସୁଛନ୍ତି l ଏହାକୁ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ମାନ୍ୟଵର କୋର୍ଟ ର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ l କୋର୍ଟଙ୍କ ନିର୍ଦେଶ କୁ ମଧ୍ୟ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ସବୁ ଜାଣି ନ ଜାଣିବା ଭଳି ସେହି ନିର୍ଦେଶକୁ ଖାମଖିଆଲ ଭାବେ ନେଇଥିଲା l କୋର୍ଟ ଆଦେଶ ଅବମାନନା ମାମଲା ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ଯେଉଁ ମାନେ ମହାନଗରରେ ସାମିଲ ହେବ ପାଇଁ ଇଛୁକ ସେମାନେ ମିଶି ପାରିବେ ବୋଲି ଏକ ନିର୍ଦେଶନାମା ଜାରି କରିଥିଲେ l ତେବେ ଏହି ମାମଲା ବର୍ତ୍ତମାନ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର ବିଧାନ ସଭାରେ ସହରତାଳି ଅଂଚଳ କୁ ମହାନଗରରେ ସାମିଲ ପାଇଁ ହୋଇଥିବା ଅଗ୍ରଗତି ସମ୍ପର୍କରେ ପ୍ରଶ୍ନ କରିଥିଲେ l ଏହାର ଉତ୍ତରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଅସମ୍ପୂର୍ଣ୍ଣ ଓ ଅର୍ଦ୍ଧସତ୍ୟ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ କରିଛି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି l

LEAVE A REPLY

Please enter your comment!
Please enter your name here