ବ୍ରହ୍ମପୁର ରେଳ ଷ୍ଟେସନରୁ ଆଜି କନ୍ୟାକୁମାରୀ ଅଭିମୁଖେ ବାହାରିଛି ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ

0

(ବ୍ରହ୍ମପୁର);ବ୍ରହ୍ମପୁରରୁ କନ୍ୟାକୁମାରୀ ଦେଇ ତ୍ରିବେନ୍ଦ୍ରମକୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ । ଆଜି ବ୍ରହ୍ମପୁର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫିରେନ୍ସ ମାଧ୍ୟମରେ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନରେ ଆଜି ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ୯୭୦ ଜଣ ବରିଷ୍ଠ ନାଗରିତ ତୀର୍ଥଯାତ୍ରା କରିଛନ୍ତି । ବ୍ରହ୍ମପୁର ରେଳ ଷ୍ଟେସନରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନର ଶୁଭାରମ୍ଭ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଯୋଗ ଦେଇଥିଲେ । ମନ୍ତ୍ରୀଙ୍କ ସମେତ ଗଞ୍ଜାମ ଜିଲ୍ଲାର ଦୁଇ ଜଣ ସାଂସଦ ଓ ସମସ୍ତ ବିଧାୟକ, ବିଧାୟିକା ମାନେ ଉପସ୍ଥିତ ଥିଲେ । ଏହି ୯୭୦ ଜଣ ବରିଷ୍ଠ ନାଗରିକ ମାନେ କିଭଳି ଶାନ୍ତିଶୃଙ୍ଖଳାର ସହିତ ତୀର୍ଥ କରି ପୁଣି ବ୍ରହ୍ମପୁରକୁ ଫେରିବେ ସେ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ହାତକୁ ନିଆଯାଇଥିଲା । ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଖାଇବା, ପିଇବା ଠାରୁ ଆରମ୍ଭ କରି ବ୍ରହ୍ମପୁରରୁ କନ୍ୟାକୁମାରୀ ଓ ସେଠାରୁ ତ୍ରିଭନ୍ଦ୍ରମ ଯିବା ପର୍ଯ୍ୟନ୍ତ ଯେଉଁ ସବୁ ମନ୍ଦିର ମାନ ପଡ଼ିବ ସେଠାରେ କିଭଳି ସୁରୁଖୁରୁରେ ବରିଷ୍ଠ ନାଗରିକ ମାନେ ଠାକୁରଙ୍କୁ ଦର୍ଶନ କରିବେ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଉ ଏହି ବରିଷ୍ଠ ନାଗରିକ ମାନଙ୍କ ଦେଖାଶୁଣା କରିବା ନିମନ୍ତେ ଟ୍ରେନରେ ୪୦ ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ଡ଼ାକ୍ତର ଓ ଅନ୍ୟ କର୍ମଚାରୀ ମାନେ ମଧ୍ୟ ରହିବେ । ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ସବୁଠାରୁ ସୁନ୍ଦର ପରିକଳ୍ପନା । ଯେଉଁ ଗରୀବ ଶ୍ରେଣୀର ବରିଷ୍ଠ ନାଗରିକ ମାନେ ଅର୍ଥ ଅଭାବରୁ ତୀର୍ଥ ଯାତ୍ରା କରିପାରୁନଥିଲେ । ସେମାନେ ଏହି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସାମିଲ ହୋଇ ବିଭିନ୍ନ ସ୍ଥାନକୁ ଯାଇ ତୀର୍ଥ କରିପାରିବେ ବୋଲି କହିଛନ୍ତି ମନ୍ତ୍ରୀ ଓ ସାଂସଦ । ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରୁ ଆସିଥିବା ବରିଷ୍ଠ ନାଗରିକ ମାନେ ଷ୍ଟେସନରେ ଏକତ୍ରିତ ହୋଇଥିଲେ । ଏହାପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ଅନୁସାରେ ତୀର୍ଥ ଯାତ୍ରା ଟ୍ରେନର ବିଭିନ୍ନ ବଗିରେ ବସିଥିଲେ ବରିଷ୍ଠ ନାଗରିକ ମାନେ । ବରିଷ୍ଠ ନାଗରିକ ମାନଙ୍କୁ ଟ୍ରେନରେ ବସିବା ପରେ ଖାଦ୍ୟ ପାନୀୟ ପ୍ରଥମେ ଯୋଗାଇ ଦିଆଯାଇଥିଲା । ତେବେ ପୂର୍ବରୁ ତୀର୍ଥ ଯାତ୍ରା ପାଇଁ ଅର୍ଥ ଅଭାବ ଯୋଗୁଁ ଯାଇନଥିଲୁ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସାମିଲ ହୋଇ ଚଳିତ ବର୍ଷ କନ୍ୟାକୁମାରୀରୁ ତ୍ରିଭନ୍ଦ୍ରମ ଯାତ୍ରା କରିବୁ । ରାସ୍ତାରେ ପଡ଼ୁଥିବା ବିଭିନ୍ନ ମନ୍ଦିରକୁ ଦର୍ଶନ କରିବା ସହିତ ବହୁ ସ୍ଥାନକୁ ବୁଲିବି ଓ ବହୁ କଥା ଜାଣିବୁ । ଜୀବନର ଶେଷ ସମୟରେ ଏଭଳି ତୀର୍ଥ ବୁଲିବା ନିମନ୍ତେ ରାଜ୍ୟ ସରକାର ସୁଯୋଗ ଦେବା ସହିତ ମାଗଣାରେ ସୁବିଧା ପ୍ରଦାନ କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ବରିଷ୍ଠ ନାଗରିକ ମାନେ ।

LEAVE A REPLY

Please enter your comment!
Please enter your name here