ବିପ୍ଲବୀ ପରିକ୍ରମା ଡିଜିଟାଲ :- ୨୦ରେ ଘୂର୍ଣ୍ଣିବଳୟ, ୨୨ ବେଳକୁ ଲଘୁଚାପ କ୍ଷେତ୍ର। ପରେ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା। କିନ୍ତୁ ଏହା ଅବପାତ ହେବ ନା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ସେନେଇ ଦେଖାଦେଇଛି ସସପେନସ । ବାତ୍ୟା ସନ୍ଦେହ ଏଥିପାଇଁ ଉପୁଜିଛି, କାହିଁକି ନା କିଛି ବିଦେଶୀ ମଡେଲ୍ ଘୂର୍ଣ୍ଣିବଳୟ ପରେ ବାତ୍ୟା ରୂପ ନେବ ବୋଲି ଆକଳନ କରୁଛନ୍ତି। କିନ୍ତୁ ଭାରତୀୟ ପାଣିପାଗ ବିଭାଗ-IMD ଏଯାଏଁ ବାତ୍ୟା ନେଇ କୌଣସି ଆକଳନ କରିନାହିଁ।IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସନ୍ତା ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ୨୨ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। କ୍ରମେ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଏବଂ ୨୪ରେ ଅଧିକ ବର୍ଷାର ସମ୍ଭାବନା ରହିଛି।ସେହିଭଳି ସମୁଦ୍ର ପତ୍ତନର ତାପମାତ୍ର ମଧ୍ୟ ବାତ୍ୟା ଅନୁକୂଳ ରହିଛି। ଅନୂକୂଳ ପରିବେଶ ଓ ପରିସ୍ଥିତି ସାଙ୍ଗକୁ ଅଧିକାଂଶ ମେଡେଲର ଇଣ୍ଡିକେସନ ବାତ୍ୟା ଆଡ଼କୁ ଯାଉଥିଲେ ବି ଆସନ୍ତା ୨୨ ଓ ୨୩ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନୀ ମତ ରଖିଛନ୍ତି।