କରଞ୍ଜିଆ ଠାରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

0

କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ହେମକାନ୍ତ ସୋୟ ଓ ମୟୂରଭଞ୍ଜ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀଙ୍କ ଅଧ୍ୟକ୍ଷତା ରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗର ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏହି ଜନ ଅଭିଯୋଗ ଶୁଣାଣୀ ସମୟରେ ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ , ଉପଖଣ୍ଡ ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାସ ଦାସ୍ , ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର,କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ଚିକିତ୍ସାଧିକାରୀ ଅନିତା ସିଂ, କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ସେଠୀ , ସମସ୍ତ ୫ ଟି ବ୍ଲକ ବିଡ଼ିଓ, ତହସିଲଦାର, ପୋଲିସ୍ ତଥା ସମସ୍ତ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ।

ପ୍ରାରମ୍ଭ ରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ସହ ଜନସାଧାରଣ ଙ୍କ ଠାରୁ ଆସୁଥିବା ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ତ୍ୱରିତ ପ୍ରକ୍ରିୟା ରେ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଥିଲେ ।ଏହି ଶିବିରରେ ମୋଟ ୮୮ ଟି ଅଭିଯୋଗ ଶୁଣାଣୀ କରାଯାଇଥିଲା ।ସେଗୁଡିକ ମଧ୍ୟରୁ ୬୪ଟି ବ୍ୟକ୍ତିଗତ ସମସ୍ୟା ଥିବା ବେଳେ ୨୪ଟି ଗ୍ରାମବାସୀଙ୍କ ସମସ୍ୟା ଅଭିଯୋଗ ରହିଥିବା ଜଣାପଡିଛି । ସମସ୍ତ ଅଭିଯୋଗ ଶୁଣିବା ପରେ ଅଭିଯୋଗ ଗୁଡ଼ିକର ବିଭାଗୀୟ ଅଧିକାରୀ ମାନଙ୍କୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ। ଆଜିର ଶିବିରକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

 

LEAVE A REPLY

Please enter your comment!
Please enter your name here