କଜାକିସ୍ତାନରେ ଭୟଙ୍କର ବିମାନ ଦୁର୍ଘଟଣା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ବୁଧବାର କଜାକିସ୍ତାନରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ପ୍ରାୟ ଶହେରୁ ଅଧିକ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କୁ ନେଇ ବୁଧବାର ଔଜରବେନରୁ ରୁଷ ଯାଉଥିବେଳେ କଜାକିସ୍ତାନରେ ଦୁର୍ଘଟଣାର ଶିକାର ହୋଇଛି ଏହି ଯାତ୍ରୀବାହୀ ବିମାନ । ଆକାଶରେ ବିମାନ ନିୟନ୍ତ୍ରଣ ହରାଇ ତଳମୁହାଁ ମାଡି ଆସୁଥିଲା ସେହି ସମୟରେ ଦୁର୍ଘଟଣା ଆଶଙ୍କା ପ୍ରକାଶ କରି ଚିତ୍କାର କରିଥିଲେ ସେଠାରେ ଥିବା ଲୋକମାନେ । ଦେଖୁ ଦେଖୁ ହଠାତ ବିମାନ ନିୟନ୍ତ୍ରଣ ହରାଇ ସ୍ଥଳପଥରେ ମାଡ ହୋଇଥିଲା ଓ ଆଖି ପିଛୁଳାକେ ନିଆଁ ପିଣ୍ଡୁଳା ପାଲଟିଥିଲା । ବିମାନରେ ଥିଲେ ଶହେରୁ ଅଧିକ ଯାତ୍ରୀ,ସେଥିମଧ୍ୟରୁ ୫୦ରୁ ଅଧିକ ମୃତ, ଅନେକ ଆହତ ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଉଚ୍ଚ ଆକାଶରେ ବିମାନ ଉଡାଣ କରୁଥିବା ବେଳେ କିଛି ଯାନ୍ତ୍ରିକ ତ୍ରୁଟି ଅନୁଭବ କରିଥିଲେ ପାଇଲଟ । ଜରୁରୀ ଅବତରଣ ପାଇଁ ବିମାନବନ୍ଦରକୁ ଅନୁମତି ମଧ୍ୟ ମାଗିଥିଲା । କେବଳ ସେତିକି ନୁହେଁ କିଛି ସମୟଧରୀ ବିମାନବନ୍ଦର ଚାରିପଟେ ଘୁରିବୁଲଥିଲା ବିମାନ । ତେବେ ଖରାପ ପାଣିପାଗ ପାଇଁ ଅବତରଣ ପାଇଁ ଅନୁମତି ନମିଳିବାରୁ ଶେଷରେ ବଡ଼ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାସ୍ଥଳରୁ ଅନେକ ଆହତଙ୍କୁ ଉଦ୍ଧାର କରାଯାଇଛି । ଅଧିକାଂଶଙ୍କ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଋଷିଆ ଓ କଜାକିସ୍ତାନ ସରକାର ମିଳିତ ଭବେ ଉଦ୍ଧାର କାର୍ଯ୍ୟ କରିଛନ୍ତି ।ତେବେ କଜାକିସ୍ତାନ ଦୁର୍ଘଟଣା ପଛର କାରଣ ହେଉଛି ପକ୍ଷୀମାଡ଼ ପରେ ଫାଟି ଯାଇଥିଲା ବିମାନର ଅକ୍ସିଜେନ୍‌ ଟ୍ୟାଙ୍କ୍‌ । ବେହୋସ ଯାତ୍ରୀଙ୍କୁ ନେଇ ଜରୁରୀ ଅବତରଣ ସମୟରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ହୋଇଥିଲା ଶିକାର

LEAVE A REPLY

Please enter your comment!
Please enter your name here