ବନ ବିଭାଗ ପକ୍ଷରୁ ” ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ : ନଣ୍ଡା ପାହାଡ଼ ରେ ବନବିଭାଗ ପକ୍ଷରୁ ମେଗା ବୃକ୍ଷରୋପଣ
ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):- ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନରେ ଥିବା ଆସିକା ରେଞ୍ଜର ବେଲପଦା ନିକଟ ନଣ୍ଡା ପାହାଡ଼ ଇଲକା ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜିର ୭୫ ତମ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ସହକାରୀ ବନ ସରଂକ୍ଷଣ ଅଧିକାରୀ ରଜତ କୁମାର ମିଶ୍ର, ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା, ପିତଳ କଲେଜ ଅଧ୍ୟାପିକା, ଛାତ୍ର, ଛାତ୍ରୀ, ସ୍ୱୟଂ ସହାୟକ ମହିଳା ଉପସ୍ଥିତ ଥିଲେ l
ପ୍ରତ୍ୟେକ ଶିଶୁ ବୃକ୍ଷ କୁ ମା ବୋଲି ଭାବି ଗୋଟିଏ ଗୋଟିଏ ଗଛ ଲଗାଇବା ଦରକାର ବୋଲି ବହୁ ବକ୍ତା ମତ ରଖିଥିଲେ l ପରିବେଶ ସନ୍ତୁଳନ, ଜଳବାୟୁ ପରିବର୍ତ୍ତନ, ବାୟୁମଣ୍ଡଳ ଦୂଷିତରୁ ରକ୍ଷା କରିବା ପାଇଁ ଗୋଟିଏ ମଣିଷ ଗୋଟିଏ ଗଛର ଲଗାଇବା ଏବଂ ଉପଯୁକ୍ତ ଯତ୍ନ ନିମନ୍ତେ ମନ ଲଗାଇଲେ ଆମ ଗାଁ ସୁସ୍ଥ ହୋଇ ରହିବ l ଶିଶୁ, ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତି ସଦସ୍ୟ ଯୋଗ ଦେଇଥିଲେ l