କାଶୀ ( ବିପ୍ଲବୀ ପରିକ୍ରମା ):- ବିପଦ ଏମିତି ବି ଆସେ , ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ , ହଁ ଆଜ୍ଞା ଏମିତି କିଛି ଘଟଣା ଘଟିଛି ସାତମାଇଲ ଛକ ନିକଟରେ , ବାଟରେ ଜାଉଥିବା ବେଳେ ଗଛ ଡ଼ାଳ ପଡି ଏବେ କୋମାରେ ଯୁବକ , ବିନା ପବନ ବର୍ଷାରେ ଜାତୀୟ ରାଜପଥ ତଟରେ ଏକ ଶତଆୟୁ ବଟ ଗଛର ବଡ ଡାଳଟିଏ ହଟାତ ଝଡିପଡିଥିଲା । ସେହି ସମୟରେ ରାସ୍ତା ଦେଇ ଯାଉଥିବା କାଶୀ ନାମକ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ତାଙ୍କୁ ପ୍ରଥମେ ସ୍ଥାନୀୟ ଲୋକେ ଓ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ଏକ ଅଟୋ ଯୋଗେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ସଙ୍କଟାପନ୍ନ ଥିବା ରୁ ଡାକ୍ତର ଉଚ୍ଚ ଚିକିତ୍ସା ନିମନ୍ତେ ପଠାଇଦେଇଥିଲେ । କାଶୀ ଏବେ ଶ୍ରୀକାକୁଲମ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଉଚ୍ଚ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବାର ଜଣାପଡିଛି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତି ଗୁରୁତର ଥିବା କୁହାଯାଉଛି । ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ, ଗୁରୁତର କାଶୀଙ୍କ ନିଜ ଗ୍ରାମ ଆନ୍ଧ୍ର ପ୍ରଦେଶର ଅଙ୍ଗଲ ହୋଇଥିବା ବେଳେ ସେ ଗ୍ରାମକୁ ଗ୍ରାମ ବୁଲି ବୁଲି ଚେୟାର, ଷ୍ଟିଲ ସାମଗ୍ରୀ ବିକ୍ରି କରନ୍ତି । କାଶୀ ନିହାତି ଗରୀବ ଶ୍ରେଣୀର ହୋଇଥିବା ଯୋଗୁଁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।