ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେପି ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାରକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ଆପ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ ଆଣିଛନ୍ତି । ବିଜେପି ଆପ୍ର ୭ ଜଣ ବିଧାୟକଙ୍କୁ ଦଳ ଛାଡ଼ିବା ପାଇଁ ୨୫ କୋଟି ଟଙ୍କା ଲେଖାଏଁ ଯାଚିଥିଲା। ଦିଲ୍ଲୀ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ ସେମାନେ ସମ୍ପୃକ୍ତ ବିଧାୟକ ଏବଂ ଯେଉଁ ବ୍ୟକ୍ତିମାନେ ଏହି ପ୍ରସ୍ତାବ ନେଇ ସେମାନଙ୍କ ପାଖକୁ ଆସିଥିଲେ ସେମାନଙ୍କ ନାମ ପ୍ରକାଶ କରନ୍ତୁ। କେଜ୍ରିୱାଲ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ, ତାଙ୍କ ଦଳର ୭ ଜଣ ବିଧାୟକଙ୍କୁ ଅଜ୍ଞାତ ବ୍ୟକ୍ତିମାନେ ଯୋଗାଯୋଗ କରିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ ଆପ୍ ଆବାହକ ଭାବରେ ତାଙ୍କୁ ଗିରଫ କରାଯିବ। କେଜ୍ରିୱାଲଙ୍କ କହିବା ଅନୁଯାୟୀ, ଫୋନ୍ କରିଥିବା ବ୍ୟକ୍ତିମାନେ ଆପ୍ର ୨୧ ଜଣ ବିଧାୟକଙ୍କ ସହ ସଂପର୍କରେ ଥିବା ଦାବି କରିଥିଲେ ଏବଂ ଦିଲ୍ଲୀ ସରକାର ଭାଙ୍ଗିବା ପରେ ନିର୍ବାଚନ ଲଢ଼ିବା ପାଇଁ ବିଜେପି ଟିକେଟ୍ ସହିତ ସେମାନଙ୍କୁ ୨୫ କୋଟି ଟଙ୍କା ଲେଖାଏଁ ଦେବାକୁ ଅଫର ଦେଇଥିଲେ। ସମସ୍ତ ସାତ ଜଣ ବିଧାୟକ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ କହିଛନ୍ତି ଯେ ଦିଲ୍ଲୀରେ ଆପ୍ ସରକାରକୁ ଅସ୍ଥିର କରିବା ପାଇଁ ମଦ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରାଯାଉଛି।
ବିଜେପି ଦିଲ୍ଲୀରେ ‘ଅପରେସନ୍ ଲୋଟସ୍ ୨.୦’ ଆରମ୍ଭ କରିଛି ଏବଂ ଆପ୍ ବିଧାୟକମାନଙ୍କୁ ଟଙ୍କା ଲୋଭ ଦେଖାଇବାର ସମାନ ପ୍ରୟାସ ଗତବର୍ଷ କରଯାଇଥିଲା । ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନରୁ ଧ୍ୟାନ ହଟାଇବାକୁ ଆପ୍ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛି ବିଜେପି ।