ଆଶା କର୍ମୀଙ୍କ ଅନୁପସ୍ଥିତ ରୁ ଗର୍ଭବତୀ ମହିଳା ହନ୍ତ ସନ୍ତ

0

କନ୍ଧମାଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶା କର୍ମୀ ମାନଙ୍କ ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଥିବାରୁ ଗର୍ଭ ସଂଚାରଣ ଠାରୁ ଆରମ୍ଭ କରି ପ୍ରସବ କରିବା ପର୍ଯ୍ୟନ୍ତ ଆଶା କର୍ମୀ ମାନେ ମହିଳା ମାନଙ୍କୁ ସେବା ଯୋଗାଇ ଥାଆନ୍ତି । ମେଡିକାଲ୍ ନେବା, ଟୀକା କରଣ, ପଞ୍ଜିକରଣ , ବିଭିନ୍ନ ସର୍ଭେ କରିବା ଇତ୍ୟାଦି ସରକାରୀ କାମ ଆଶା କର୍ମୀ ଙ୍କ ଜରୀଆରେ ହୋଇଥାଏ । ଆଶା କର୍ମୀ ସଠିକ୍ ଭାବେ ଦାୟିତ୍ଵ ନ ତୁଲାଇବାରୁ ଗ୍ରାମବାସୀ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ତୁରନ୍ତ ନୂତନ ଆଶା କର୍ମୀଙ୍କୁ ଚୟନ କରିବା ପାଇଁ ଦାବୀ କରିଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅର୍ନ୍ତଗତ କୁମ୍ଭାରୀ ଗାଁ ପଞ୍ଚାୟତ ର ଟୁଡୁ ବିଜୁ ଗ୍ରାମ ର ସେକ୍ଟର ୨ ଅଙ୍ଗନୱାଡ଼ି କେନ୍ଦ୍ର ରେ।

ସୂଚନା ଅନୁଯାୟୀ ଟୁଡୁ ବିଜୁ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର-୨ ରେ କାର୍ଯ୍ୟରତ ଆଶା କର୍ମୀ ଲକ୍ଷ୍ମୀ ବଡ଼ମାଝୀ ପ୍ରାୟ ଦୁଇବର୍ଷ ହେବ କାର୍ଯ୍ୟରେ ଅବହେଳା କରିଆସୁଛନ୍ତି । ଗର୍ଭବତୀ ମହିଳା ମାନଙ୍କୁ ସଠିକ ଭାବେ ଡ଼ାକ୍ତରୀ ପରୀକ୍ଷା, ଟୀକା ପ୍ରଦାନ, ମାସିକ ସର୍ଭେ ରିପୋର୍ଟ, ଗ୍ରାମବାସୀଙ୍କୁ ଥଣ୍ଡା ମ୍ୟାଲେରିଆ ଜ୍ଵର ଆଦି ବିଭିନ୍ନ ରୋଗର ଶିକାର ହେଲେ ସାଧାରଣ ଔଷଧ ବଣ୍ଟନ ରେ ଅବହେଳା କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏ ସଂପର୍କରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସହ ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଜଣାଇ ଥିଲେ ମଧ୍ୟ ଏହାର କିଛି ବି ସମାଧାନ ହୋଇ ପାରିନାହିଁ । ପ୍ରାୟ ଏକ ମାସ ହେବ ପିରତି ମଲ୍ଲିକ, ପ୍ରସବ ବେଦନା ରେ ଛଟପଟ ହେଉଥିବା ବେଳେ ଆଶା କର୍ମୀଙ୍କ ଅନୁପସ୍ଥିତ ଥିବାରୁ ଗର୍ଭବତୀଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଏକ ଅଟୋ ଯୋଗେ ମେଡ଼ିକାଲ ନେବା ବାଟରେ ହିଁ ପ୍ରସବ କରିଥିବା ଗ୍ରାମବାସୀ କହିଛନ୍ତି । ମାମିତ କୁମୁଟି ମାଝୀ ପାଞ୍ଚ ମାସର ଗର୍ଭ ଧାରଣ କରିଥିବା ବେଳେ ତାଙ୍କୁ ଦିନଟିଏ ପାଇଁ ମଧ୍ୟ ଆଶା କର୍ମୀ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ପାଇଁ ଯାଇନଥିବା କହିଛନ୍ତି ।

 

ଏ ସମ୍ପର୍କ ରେ ସ୍ଥାନୀୟ ଆଶା କର୍ମୀଙ୍କୁ ଯୋଗାଯୋଗ କରିବାରୁ ସେ ମହିଳା ସ୍ୱାସ୍ଥ୍ୟ କର୍ମୀ ସହଯୋଗ କରୁନଥିବା ଏବଂ ବିଭିନ୍ନ ବ୍ୟକ୍ତିଗତ ସମସ୍ୟା ଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ସ୍ଥାନୀୟ ମହିଳା ସ୍ଵାସ୍ଥ୍ୟ କର୍ମୀ ମମତା ପ୍ରଧାନ ଙ୍କୁ ଯୋଗାଯୋଗ କରିବାରୁ ଗତ ଡ଼ିସେମ୍ବର ମାସ ରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆଶା କର୍ମୀ ଅନୁପସ୍ଥିତ ଥିଲେ, ପୁଣି ଏପ୍ରିଲ୍ ମାସରେ ଯୋଗ ଦେଇ ମଇ ମାସ ଠାରୁ ଆଜ ପର୍ଯ୍ୟନ୍ତ ଯୋଗାଯୋଗ ରେ ନାହାଁନ୍ତି ବୋଲି କହିଛନ୍ତି ।

ଗତ ଦୁଇ ବର୍ଷ ମଧ୍ୟରେ ଅଚାନକ ଭାବେ ଆଶା କର୍ମୀ ତାଙ୍କ କାର୍ଯ୍ୟ ରେ ଅବହେଳା କରି ଆସୁଥିବା ରୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଏପରି ଯଦି ଆଗକୁ ହୁଏ ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏଠି ଗୋଟିଏ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି, ପ୍ରକୃତରେ ସ୍ୱାସ୍ଥ୍ୟ ସେବା ପାଉଛି କିଏ ? ଏଠି ଯଦି ଜଣେ ଗର୍ଭବତୀ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛି ତେବେ ସାଧାରଣ ଜନତା…….?

LEAVE A REPLY

Please enter your comment!
Please enter your name here