ମଦ୍ୟପାନ କରି ଗାଡି ଚଳାଇଲେ, ଦୁର୍ଘଟଣା ଘଟାଇ ଚାଲିଗଲେ

0

କେନ୍ଦୁଝର  (ବିପ୍ଳବୀ ପରିକ୍ରମା ) : ବଡବିଲ ମଦାନା ଛକ ନିକଟରେ ସ୍କୁଟିକୁ ଧକ୍କା ଦେଇ ଘୋଷାଡି ନେଲା ସରକାରୀ ଡାକ୍ତରଙ୍କ କାର, ୪ ଗୁରୁତର ,
କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସହରର ମଦାନା ଛକ ନିକଟରେ ରବିବାର ରାତିରେ ଘଟିଥିବା ଦୁର୍ଘଟଣା ସମଗ୍ର ସହରକୁ ସ୍ତବ୍ଦ କରି ଦେଇଛି। ସୂଚନାରୁ ଜଣାପଡିଛି ଯେ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଯୁବ ଡାକ୍ତର ହିମାଂଶୁ ଝା ପ୍ରଚୁର ମଦ୍ୟପାନ କରି କାରରେ ଯାଉଥିବା ବେଳେ ମଦାନା ଛକ ନିକଟରେ ଏକ ସ୍କୁଟିକୁ ଧକ୍କା ଦେଇଥିଲେ। ଫଳରେ ସ୍କୁଟିରେ ଯାଉଥିବା ଏମଡି ଫାରୁକ ତାଙ୍କ ଭାଉଜ ଆଜମେରି ଖାତୁନ, ଏଗାର ବର୍ଷର ପୁତୁରା ଓ ଛଅ ବର୍ଷର ଝିଆରୀ ସ୍କୁଟିରୁ ଚିଟିକି ପଡି ଗୁରୁତର ହୋଇଥିଲେ। ଏହାପରେ ମଧ୍ୟ ସଂପୃକ୍ତ ଡାକ୍ତର ଗାଡି ନ ଅଟକାଇ ସ୍କୁଟିକୁ କାର ଯୋଗେ ପ୍ରାୟ ଗୋଟେ କିମି ଦୂର ହୋଣ୍ଡା ଶୋରୁମ୍ ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ। ସେଠାରେ ସ୍ଥାନୀୟ ଲୋକେ ତାଙ୍କୁ ଅଟକ ରଖିଥିବା ବେଳେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିଲା। ପରେ ପୋଲିସ ସେଠାରେ ପହଞ୍ଚି ଡାକ୍ତରଙ୍କୁ ଉଦ୍ଧାର କରିଥିଲା। ଦୁର୍ଘଟଣାରେ ଗୁରୁତରଙ୍କୁ ପ୍ରଥମେ ବଡବିଲ ମେଡିକାଲରେ ପ୍ରଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପୁଣି ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରା ଯାଇଥିବା ବେଳେ ସେଥି ମଧ୍ୟରୁ ଶିଶୁ କନ୍ୟାର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣା ପଡିଛି। ନିଶାରେ ଚୁର ହୋଇ ଜଣେ ଯୁବ ସରକାରୀ ଡାକ୍ତର ଏପରି କାଣ୍ଡ ଭିଆଇବା ଘଟଣା ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟିଥିବା ବେଳେ ସର୍ବ ସାଧାରଣରେ ଅସନ୍ତୋଷ ଦେଖା ଯାଇଛି। ଦୁର୍ଘଟଣା ଘଟାଇଥିବା କାର ଓ ସ୍କୁଟି ଜବତ୍ କରିବା ସହ ଡାକ୍ତର ହିମାଂଶୁ ଝାଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି ପୋଲିସ୍  |

LEAVE A REPLY

Please enter your comment!
Please enter your name here